ବ୍ରହ୍ମ ଚେତନା ପରିଷଦ ପକ୍ଷରୁ ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
__________________________
ଖୋର୍ଦ୍ଧା ୧୦/୮(ସମ୍ବାଦ ଓଡ଼ିଶା)
-ଓଡିଶା ର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମ ଚେତନା ପରିଷଦ ଆନୁକୂଲ୍ୟରେ ଧରିତ୍ରୀ ମାତା କୁ ଆସନ୍ନ ବିପଦ ରୁ ସୁରକ୍ଷା ଦେବା ନିମନ୍ତେ ଧରିତ୍ରୀ ମାତା ପାଇଁ ରବିବାର ନାମରେ ଏକ ସମୟ ଉପଯୋଗୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ଗ୍ରାମ ସ୍ଥିତ ଭଗବତ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ଚତୁପାର୍ଶ୍ଵ ରେ ଆମ୍ବ, ବଉଳ, ଵେଲ, ନିମ୍ବ ଆଦି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯିବା ସହିତ ନିକଟସ୍ଥ ପୁଷ୍କରିଣୀ ରୁ ବିଲାତି ଦଳ ସଫା କରାଯାଇଥିଲା। ପରେ ଆଖ ପାଖ ଗ୍ରାମର ପରିବେଶ ପ୍ରେମୀଙ୍କୁ ନେଇ ଏକ ଜନସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦ ର ସମ୍ପାଦକ କବି ସୁକାନ୍ତ ଚନ୍ଦ୍ର ନନ୍ଦ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ନିଜ ନିଜ ଅଞ୍ଚଳର ଚାଷ ଜମି, ଜଙ୍ଗଲ, ଜୀବଜନ୍ତୁ ଙ୍କ ସୁରକ୍ଷା ସୁନିଶ୍ଚିତ କଲେ ହିଁ ଧରିତ୍ରୀ ମାତାର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ପରିଷଦ ର ସଭାପତି ଶ୍ରୀ ପ୍ରଦୀପ କୁମାର ମିଶ୍ର ଧରିତ୍ରୀ ମାତା ପାଇଁ ରବିବାର କାର୍ଯ୍ୟକ୍ରମ ରେ ଅଦ୍ୟାବଧି ଅଠର ହଜାର ଚାରା ରୋପଣ କରାଯାଇଥିବା ବେଳେ ପ୍ରାୟ ୧୫୫୫୦ ବୃକ୍ଷ କୁ ବଞ୍ଚାଇ ରଖାଯାଇଛି ବୋଲି କହିଥିଲେ। ପରିବେଶ ସୁରକ୍ଷା ନିମନ୍ତେ ନିରନ୍ତର ଭାବେ ଚାରା ରୋପଣ କରିଆସୁଥିବା ଏହି ଅଞ୍ଚଳର ପାଞ୍ଚ ଜଣ ବୃକ୍ଷ ପ୍ରେମୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସହିତ ଏଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା |ଏଥିରେ ଜଙ୍କିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଆସିଥିବା ୨୦ ଜଣ ଯୁବକ ରକ୍ତଦାନ କରିଥିଲେ|ଏହା ସହିତ ଶ୍ରମିକ ଶ୍ରେଣୀର ବ୍ୟକ୍ତି ମାନଙ୍କୁ ୪୦ ଟି ଛତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପରିଷଦ ର ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାଥ, କୋଷାଧକ୍ଷ ହୃଷିକେଶ ନନ୍ଦ,ସଂଗଠକ ମନୋଜ କୁମାର ପଣ୍ଡା, ସଭ୍ୟ ବିଶ୍ୱନାଥ ପ୍ରଧାନ, ସଭ୍ୟ ଲଳିତ ମୋହନ ଗୁମାନସିଂହ,ମୁରଲୀ ଧର ନାଥ, ସୁମିତ୍ରା ଗୁମାନସିଂହ ଓ ସଭ୍ୟ ଅଭିମନ୍ୟୁ ମାର୍ଥା ପ୍ରମୁଖ ପରିଚାଳନା କରିଥିଲେ।