Sambad Odisha

କୃଷି ରାଜ୍ୟ ସ୍ପେଶାଲ

ହୋଇ ପାରିଲାନି ମୁଗ, ବିରି, ସୂର୍ଯ୍ୟମୁଖୀ, ବାଦାମ ମଣ୍ଡି

ହୋଇ ପାରିଲାନି ମୁଗ, ବିରି, ସୂର୍ଯ୍ୟମୁଖୀ, ବାଦାମ ମଣ୍ଡି

* ଜିଲ୍ଲା ଡି. ଏଲ୍. ପି.ସି ମିଟିଂ ହେଲା ପରେ ମଧ୍ୟ ମୁଗ, ବିରି, ସୂର୍ଯ୍ୟମୁଖୀ, ବାଦାମ ମଣ୍ଡି ନ ହୋଇଲା

* ଧାନ ବ୍ୟତୀତ ମୁଗ, ବିରି, ସୂର୍ଯ୍ୟମୁଖୀ, ବାଦାମ ମଣ୍ଡି ରେ ସ୍ବାବଲମ୍ବୀ ହୋଇ ପାରିଲେନି ଚାଷୀ

 * ମୁଗ ,ବିରି , ବାଦାମ , ଏବଂ ସୂର୍ଯ୍ୟମୁଖୀ ମଣ୍ଡି କରିବାରେ ସଚେତନତାର ଅଭାବ

ଖୋର୍ଦ୍ଧା,୧୧/୧୦ (ସମ୍ବାଦ ଓଡ଼ିଶା): ପୂର୍ବ ବର୍ଷ ୨୦୨୪-୨୫ ରବି ଫସଲ ବାବଦରେ ଜିଲ୍ଲା କୃଷି ଅଧିକାରୀ ଙ୍କ ଚିଠି ନମ୍ବର -୧୭୦୨ ତା ୨୩.୦୪.୨୦୨୫ ରିଖ ରେ ଏକ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ ନିର୍ଦେଶ ରେ ଡି. ଏଲ. ପି. ସି ସଭା ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ କନଫରେନ୍ସ ରୁମ୍ ତା ୨୨.୦୪.୨୦୨୫ ରିଖ ବସିଥିଲା କିଭଳି ଧାନ ବ୍ୟତୀତ ଅଲଗା ଶସ୍ୟ ଉତ୍ପାଦନ ହୋଇ ପାରିବ ଏବଂ ତାର ବିକ୍ରି ପାଇଁ ମଣ୍ଡି ଖୋଲା ଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ରେ ମୁଗ ( ୩୯୨୦୩ ହେକ୍ଟର ) , ବିରି ( ୭୬୩୬ ହେକ୍ଟର) , ବାଦାମ ( ୯୦୭ ହେକ୍ଟର) , ସୂର୍ଯ୍ୟମୁଖୀ (୩୯୩ ହେକ୍ଟର ) ଉତ୍ପାଦନ କରିବା ଟାର୍ଗେଟ ସ୍ଥିର କରାଯାଇଥିଲା କିନ୍ତୁ କଥା ପ୍ରାୟତଃ କାଗଜ କଲମ ରେ ରହିଗଲା। ପ୍ରଶାସନିକ ଯୋଗ ଯୋଗ ଅବହେଳା ହଉ ବା ଚାଷୀ ସଚେତନତା ଅଭାବରୁ ହେଉ ପ୍ରାୟେ ସମିତି ରେ ମଣ୍ଡି ହୋଇ ପାରିଲା । ବାଲିପାଟଣା ବ୍ଲକ୍ ର ସରକଣା ଏବଂ ପ୍ରତାରୁଦ୍ରପୁର ସମିତି ରେ ମୁଗ ମଣ୍ଡି (୩୬୦ ମେଟ୍ରିକ୍ ଟନ) , ବାଲିପାଟଣା ବ୍ଲକ୍ ରେ ଗରେଡି ପାଞ୍ଚନ ଏବଂ ନରୋଦା ସମିତି ରେ ମୁଗ ମଣ୍ଡି ( ୨୦୨୩୨ ମେଟ୍ରିକ୍ ଟନ୍) , ବାଣପୁର ବ୍ଲକ୍ ର ଗମ୍ଭରିମୁଣ୍ଡା ଏବଂ ଭେଟେଶ୍ୱର୍ ସମିତି ରେ ମୁଗ ମଣ୍ଡି , ତୁମୁରପୂତ ସମିତି ରେ ବିରି ମଣ୍ଡି , ଟମୁରପୂଟ ଏବଂ ଡୋମଣି ସମିତି ରେ ବାଦାମ ମଣ୍ଡି , ଟାଙ୍ଗୀ ବ୍ଲକ ରେ କାଶିପୁର -୨ ରେ ମୁଗ ମଣ୍ଡି ଏବଂ ବଡପାରି ସମିତି ରେ ବିରି ମଣ୍ଡି , ଚିଲିକା ବ୍ଲକ୍ ରେ ସୋରଣ ସମିତି ରେ ମୁଗ ମଣ୍ଡି , ବୋଲଗଡ଼ ବ୍ଲକ୍ ରେ ଦେଉଳି, ଡ଼ାବାରୁଧୁଆ ପାଟଣା ସମିତି ରେ ସୂର୍ଯ୍ୟ ମୁଖି ଏବଂ ଡ଼ାବାରୁଧୁଆ ପାଟଣା , ବୋଲଗଡ଼ , ମନିକଗୋଡା , କାମଳ ଲୋଚନ ପୁର, ଗର୍ଭଣିପଡ଼ା, ଖଣତୀ ସମିତି ରେ ମୁଗ ମଣ୍ଡି , ବେଗୁନିଆ ବ୍ଲକ୍ ରେ ସିକୋ, ବେଗୁନିଆ ବ୍ଲକ୍ ରେ ସୂର୍ଯ୍ୟ ମୁଖୀ, ମୁଗ , ବିରି ମଣ୍ଡି ହେବାର ସ୍ଥିର କରାଯାଇଥିଲା ତା ସହ କେତେ ହେକ୍ଟର ଟାର୍ଗେଟ ମଧ୍ୟ ସ୍ଥିର କରାଯାଇଥିଲା ।ବିରାଟ ଆକାରରେ ସଚେତନତା କରି ଚାଷୀ ମାନଙ୍କ ମଧ୍ୟ ରେ ଆଗ୍ରହ ସୃଷ୍ଟି କରି ଚାଷୀ କିପରି ଏସବୁ ଶସ୍ୟ ଉତ୍ପାଦନ କରିବା ସହ ମଣ୍ଡି ରେ ବିକ୍ରି କରି ପାରିବେ ସେଥି ପାଇଁ ତା ସହିତ ଜଡିତ ବିଭାଗ କୁ ଜିଲ୍ଲା ପାଳ ଖୋର୍ଦ୍ଧା ଆଦେଶ ଦେଇଥିଲେ। କିନ୍ତୁ ସେମିତି କିଛି ଆଖି ଦୃଶିଆ ସଚେତନତା ସୃଷ୍ଟି କରାଗଲା ନି ଫଳରେ ଚାଷୀ ଯେତିକି ଅମଳ କଲେ ନିଜର ବ୍ୟବହାର କରିବା ସହିତ ଖୋଲ ବଜାରରେ ଶାଗ , ମାଛ ଦରରେ ବାହାର ବେପାରୀ ଙ୍କୁ ବିକ୍ରି କରିଥିଲେ । ଖୋର୍ଦ୍ଧା ଜିଲ୍ଲା ରେ ପ୍ରଚୁର ମୁଗ , ବିରି ଚାଷ କରାଯାଉଛି ଯଦି ପ୍ରଶାସନ ଏଥି ପ୍ରତି ଧ୍ୟାନ ଦିଅନ୍ତେ ତାହେଲେ ସେମାନେ ଧାନ ପରି ମୁଗ , ବିରି, ସୂର୍ଯ୍ୟମୁଖୀ , ବାଦାମ ଚାଷ କରି ଲଭାନ୍ଵିତ ହୋଇ କରନ୍ତେ ବୋଲି ଅନେକ ବୁଦ୍ଧିଜୀବି ମତ ଦେଇଛନ୍ତି । ଏହି ବିଷୟ ରେ ଟାଙ୍ଗୀ ବ୍ଲକ୍ କୃଷି ଅଧିକାରୀ ସୌମ୍ୟ ରଞ୍ଜନ ବେହେରା ଙ୍କୁ ପଚାରିବାରୁ ଟାଙ୍ଗୀ ବ୍ଲକ୍ ରେ ମୁଗ , ବିରି, ବାଦାମ , ସୂର୍ଯ୍ୟମୁଖୀ ମଣ୍ଡି ହେବା ପାଇଁ ସମିତି ର ନାମ ଦେଇଥିଲେ କିନ୍ତୁ ଲୋକେ ଉତ୍ପାଦନ କରିଥିଲେ ମଧ୍ୟ ସମିତି ରେ ପଞ୍ଜିକରଣ କରି ନ କରିଥିବା , ମଣ୍ଡି ପାଇଁ ଆବଶ୍ୟକ ଶସ୍ୟ ଉତ୍ପାଦନ ର ଅଭାବ, ଏ ସମ୍ବନ୍ଧରେ ଚାଷୀ ସଚେତନତାର ଅଭାବ ଯୋଗୁ ମଣ୍ଡି ହୋଇପାରିଲା ନାହିଁ। ଏବଂ ଚଳିତ ବର୍ଷ ଚାଷୀ ମାନେ ଯଦି ଚାହିଁବେ ଚାଷ କରିବେ ଏବଂ ଚାଷ କଲାପରେ ମଣ୍ଡି ରେ ଦେଲେ ମୁଗ,ବିରି,ବାଦାମ, ସୂର୍ଯ୍ୟମୁଖୀ ମଣ୍ଡି ହୋଇ ପାରିବ ବୋଲି ମତ ଦେଇଥିଲେ । ଚଳିତ ବର୍ଷ ୨୦୨୫-୨୬ ରେ ସମୟ ଥିବାରୁ ଅନେକ ସଚେତନ ଚାଷୀ ମାନକୁ ଏବେଠାରୁ ସଭା କରି ଯଦି ଜିଲ୍ଲା ପ୍ରଶାସନ ପଦକ୍ଷେପ ନିଅନ୍ତେ ତାହେଲେ ଏ ବର୍ଷ ଟାର୍ଗେଟ ପାଇବା ସହ ଚାଷୀ ମାନେ ଲଭାନିତ୍ଵ ହୋଇ ପାରନ୍ତି ବୋଲି ଆଶା କରାଯାଉଛି।

 

admin

About Author

Leave a comment

Your email address will not be published. Required fields are marked *