ଖୋର୍ଦ୍ଧା,୯/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ):ଆଜି ସର୍ବ ଭାରତୀୟ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଫେଡେରେସନ୍ସ୍ ଓ ଶିଳ୍ପ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କର ୪ଟି ଶ୍ରମକୋଡ୍କୁ ବିରୋଧ ସହିତ ଘରୋଇ କରଣ, ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା, ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା, ଅଙ୍ଗନବାଡ଼ି, ଆଶା, ପାଚିକା ଆଦି ସ୍କିମ୍ରେ କାର୍ଯ୍ୟରତ ମା’ମାନଙ୍କୁ ଶ୍ରମିକର ମାନ୍ୟତା ଦେବା ଆଦି ଦାବି ରହିଛି। ରାଜ୍ୟ ସରକାର ବନ୍ଦର, ଖଣି, ବିମାନ ବନ୍ଦର ଓ ପ୍ରାୟ ସରକାରୀ ସଂସ୍ଥାକୁ ଆଦାନୀ ହାତରେ ଟେକିଦେବା ଓ ଅନ୍ୟାନ୍ୟ ବୃହତ ଶିଳ୍ପକୁ ଶିଳ୍ପପତି ମାନଙ୍କ ହାତରେ ଟେକିଦେବା ବିଶେଷକରି ପରିବହନ ଶ୍ରମିକ ମାନଙ୍କ ଦାବି ତୁରନ୍ତ ପୁରଣ କରିବା ପାଇଁ ଏହି ଧର୍ମଘଟର ଆହ୍ୱାନ ଦିଆଯାଇଛି।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମ ଦେବଙ୍କ ପୀଠରୁ ଏକ ଶୋଭାଯାତ୍ରା ସିପିଆଇ ଏମ୍ ଟାଙ୍ଗୀ ଆଞ୍ଚଳିକ କମିଟି ସମ୍ପାଦକ ବିଧି ଭୁଷଣ ମହାରଣାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ସଦାଶିବ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସିପିଆଇଏମ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଗିରିଶ ଚନ୍ଦ୍ର ମହାରଣା, ଅଶୋକ ମାନ୍ଧାତା, ପ୍ରସନ୍ନ ହରିଚନ୍ଦନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲିପୁ ବଳିଆରସିଂହ, ହୃଷୀକେଶ ପକେଇ,ବୁଜ ଜେନା,ବ୍ରଜ ଘଡେ଼ଇ, ପ୍ରଫୁଲ୍ଲ ବାରିକ, ନୃସିଂହ ଦଳେଇ, ସୁକାନ୍ତ ମୁଦୁଲି, ପିତାମ୍ବର ରଣା, ଆଶା କର୍ମୀ ବିଷ୍ଣୁପ୍ରିୟା, ମିନା ବେହେରା, ପଚିକ ନେତ୍ରୀ ଶୈଳ ଦେଇ, ତିକିନା ଜେନା, ଲକ୍ଷ୍ମୀପ୍ରିୟା, ଚିନ୍ମୟୀ ଜେନା, ଲିଲି କଳସ, ମଦ ବିରୋଧି ନେତ୍ରୀ ପ୍ରେମଲତା ବେହେରା, ଗେଲି ବେହେରା ଓ ଜୀନା ବେହେରା ପ୍ରମୁଖ ସମେତ ଶତାଧିକ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ। ଅନ୍ୟପଟେ କୁହୁଡି ଠାରେ ୧୬ନଂ ଜାତୀୟ ରାଜପଥ ଅବରୋଧ ଲକ୍ଷ୍ମଣ ବେହେରାଙ୍କ ନେତୃତ୍ବରେ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ଵର ଜେନା, ଶରତ ପରିଡ଼ା, ବାବୁଲା ନାୟକ, ଅନୀ ସାହୁ, ଭୂତି କଳସ, ହରଷ ବିଶ୍ବାଳ, ବିନି ପଣ୍ଡିତ , କନକ ଛୋଟରାୟ, ଲଡୁ ବଳିଆରସିଂହ ଓ ସୁବାସ ସେଣ ପ୍ରମୁଖ ଉପସ୍ଥିତ ଥିଲେ।