Sambad Odisha

ଅପରାଧ ରାଜ୍ୟ

ସାଇ ମନ୍ଦିରରୁ ହୁଣ୍ଡି ଚୋରି ଘଟଣା: ମା ପୁଅ ଗିରଫ, ୨ହୁଣ୍ଡି ସହିତ ୧୮୧୦ ଟଙ୍କା ଉଦ୍ଧାର 

ସାଇ ମନ୍ଦିରରୁ ହୁଣ୍ଡି ଚୋରି ଘଟଣା: ମା ପୁଅ ଗିରଫ, ୨ହୁଣ୍ଡି ସହିତ ୧୮୧୦ ଟଙ୍କା ଉଦ୍ଧାର

ନିରାକାରପୁର,୧୩/୧୦(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ସ୍ଥାନୀୟ କଲେଜ ଛକ ନିକଟରେ ଥିବା ସାଇ ମନ୍ଦିର ରୁ ୧୧ ତାରିଖରେ ଚୋରି ହୋଇଥିବା ହୁଣ୍ଡି ଘଟଣାରେ ଆଜି ଚୋରି କରିଥିବା ମା ପୁଅଙ୍କୁ ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇଥିବାବେଳେ ୧୮୧୦ ଟଙ୍କା ଓ ଦୁଇଟି ହୁଣ୍ଡି ଜବତ କରାଯାଇଛି। ସୂଚନାଯୋଗ୍ୟ କି ଗତ ୧୧ ତାରିଖ ରାତିରେ ସ୍ଥାନୀୟ ସାଇ ମନ୍ଦିର ଗ୍ରିଲ ତାଲା କାଟି ଦୁଇଟି ଦାନବାକ୍ସ ( ହୁଣ୍ଡି ) କେହି ନେଇଯାଇଥିଲେ। ପରେ ଖବର ପାଇଁ ନିରାକାରପୁର ଥାନା ପୋଲିସ ଏସ ଆଇ ଦିପଳିଶା ନାୟକ ଓ ସଦଳବଳେ ଅନୁସନ୍ଧାନ କରି ୧୨ ତାରିଖରେ ଟାଙ୍ଗୀ ଥାନା ଭୂଷଣ୍ଡପୁର ଉରୁମୁଖି ଗ୍ରାମର ଜୟନ୍ତୀ ସିଂହ ଓ ସୁଜିତ୍ ସିଂହ ଉଭୟ ମା ପୁଅଙ୍କୁ ନିରାକାରପୁର ନରେନ୍ଦ୍ରପୂର୍ ସାହିରେ ରହୁ ଥିବା ଭଡା ଘରୁ ଗିରଫ କରିବା ସହିତ ଦୁଇଟି ହୁଣ୍ଡି ଓ ୧୮୧୦ ଟଙ୍କା ଜବତ କରିଛନ୍ତି। ଥାନା କେସ ନଂ ୨୬୮/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି।

admin

About Author

Leave a comment

Your email address will not be published. Required fields are marked *