ସଫଳତାର ଶୀର୍ଷ ଛୁଇଁବାକୁ ନୂତନ ଛାତ୍ରଛାତ୍ରୀଙ୍କୁ ଆହ୍ବାନ
ନିରାକାରପୁର,୧୦/୮(ସମ୍ବାଦ ଓଡ଼ିଶା):ଛାତ୍ରଛାତ୍ରୀ ମାନେ ଗୋଟିଏ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ନିଜ ଜୀବନକୁ ଆଗେଇ ନେଲେ ଭବିଷ୍ୟତରେ ନିଶ୍ଚିତ ସଫଳତାର ଶୀର୍ଷ ଛୁଇଁବାକୁ ସଫଳ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ସୀୟାରାମ କ୍ଳସେସ ଓ ଆଦର୍ଶ ଶିକ୍ଷାଦାନ ତରଫରୁ ନୂତନ ଛାତ୍ର ଛାତ୍ରୀଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ଅନୁଷ୍ଠିତ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥି ଭାବେ ଅଧ୍ୟାପକ ରାଜେଶ ପ୍ରତିହାରୀ, ଅଭିରାମ ପଣ୍ଡା, ବାସୁଦେବ ମଣ୍ଡଳ, ବିଦ୍ୟାଧର ବିଶ୍ୱାଳ ଓ ଶିକ୍ଷକ ଗୁଣନିଥି ପଶ୍ଚିମକବାଟ, ଏକାଦଶୀ ପରିଡା, ସରୋଜ କୁମାର ମହାପାତ୍ର, ନକୁଳ କୁମାର ବିଶ୍ୱାଳ ଓ ଅଶୋକ କୁମାର ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି ଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ପ୍ରସାଦ ସେବନ କରିବା ସହିତ ବିଭିନ୍ନ ପାଠ୍ୟ ଉପକରଣ ଗ୍ରହଣ କରିଥିଲେ।