Sambad Odisha

ରାଜ୍ୟ

ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ

ନିରାକାରପୁର,୯/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ଵର ଛକ ୧୬ନଂ ଜାତୀୟ ରାଜପଥ ଓଭର ବ୍ରିଜ ନିକଟରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ କି ଆଜି ଦିନ ୨ଟା ବେଳେ ଗୋଟିଏ ବାଇକ ନଂ ଓଡି ୩୩ ଏମ ୪୦୪୬ ରେ ଭୁବନେଶ୍ୱର ବାଣୀବିହାର ସତସଙ୍ଗ ବିହାର ଅଞ୍ଚଳର ଜୀବନ ଜ୍ୟୋତି ସାହୁ (୩୫) ଭୁବନେଶ୍ଵର ପଟୁ ବ୍ରହ୍ମପୁର ଆଡ଼କୁ ଯାଉଥିବାବେଳେ ସନ୍ଦେହ ଜନକ ଭାବେ ଓଭର ବ୍ରିଜ ନିକଟରେ ତାଙ୍କ ମୁଁହ ମାଡ଼ ହୋଇ ଗୁରୁତର ଅବସ୍ଥାରେ ପଡିଥିବାର ଲୋକେ ଦେଖିଥିଲେ। ପରେ ଲୋକେ ପୁଲିସକୁ ଖବର ଦେବାରୁ ପୁଲିସ ପହଁଚି ଏକ ଆମ୍ବୁଲାନ୍ସ ରେ ଗୁରୁତର ଯୁବକକୁ ଖୋର୍ଦ୍ଧା ହସ୍ପିଟାଲ କୁ ନେଇ ଚିକିତ୍ସା କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୌଣସି ଅଜଣା ଗାଡି ଧକ୍କା ରେ କିମ୍ବା ସେ ନିଜେ ରାସ୍ତାର ଡିଭାଇଡର ପିଟି ହୋଇ ମୃତ୍ୟୁ ବରଣ କରିଥିବାର ଅନୁମାନ କରାଯାଉଛି।ରିପୋର୍ଟ ଲେଖା ପର୍ଯ୍ୟନ୍ତ ଶବ ଖୋର୍ଦ୍ଧା ହସ୍ପିଟାଲ ରେ ରହିଥିବାବେଳେ ପରିବାର ଲୋକେ କେହି ପହଞ୍ଚି ନ ଥିବା ଜଣାପଡିଛି।

 

admin

About Author

Leave a comment

Your email address will not be published. Required fields are marked *