Sambad Odisha

ମନୋରୋଜନ ରାଜ୍ୟ

ଶ୍ରୀ ସାଇ ଡ୍ୟାନସ ଏକାଡେମୀ ବାର୍ଷିକ ଉତ୍ସବ ଉଦ୍ଘାଟିତ

ଶ୍ରୀ ସାଇ ଡ୍ୟାନସ ଏକାଡେମୀ ବାର୍ଷିକ ଉତ୍ସବ ଉଦ୍ଘାଟିତ

ଆମ ସଂସ୍କୃତି ଲୋକକଳା ବଞ୍ଚାଇବାକୁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ

ନିରାକାରପୁର,୧୩/୧୦( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଅଗ୍ରଣୀ ସଙ୍ଗୀତ ନୃତ୍ୟ ଶିକ୍ଷା ଅନୁଷ୍ଠାନ ଶ୍ରୀ ସାଇ ଡ୍ୟାନସ ଏକାଡେମୀର ବାର୍ଷିକ ଉତ୍ସବ ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ ଅଧକ୍ଷ ତଥା ନିରାକାରପୁର କଲେଜ ପରିଚାଳନା ସମିତି ସଭାପତି ଡ ସଞ୍ଜୟ କୁମାର ମହାପାତ୍ର , ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ପ୍ରଭାକର ଶ୍ରୀଚନ୍ଦନ, ଗୁରୁ ପଣ୍ଡିତ ବିଶ୍ଵନାଥ ରଥ ଓ ଗୁରୁ ରିନା ପଣ୍ଡା ଯୋଗଦେଇ ସଂସ୍କୃତି ,ଲୋକକଳା ଓ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଶ୍ରୀ ସାଇ ଡ୍ୟାନସ ଏକାଡେମୀର ପ୍ରୟାସ ଗୁରୁତ୍ବ ପୂର୍ଣ୍ଣ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ପାଦକ ଓ ନିର୍ଦେଶିକା ସଂଯୁକ୍ତା ରାଣୀ ରାଉତରାୟ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବାବେଳେ ଆବାହକ ସୁବାସ ଚନ୍ଦ୍ର ଦାଶ, ସଂଯୋଜକ ଶଙ୍କର୍ଷଣ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ନୃତ୍ୟ ଅନୁଷ୍ଠାନର କଳାକାର ମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।

 

admin

About Author

Leave a comment

Your email address will not be published. Required fields are marked *