ନିରାକାରପୁର: ୨୪/୦୯(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ, ଶାରଦୀୟ ଷୋଳପୂଜାର ଏକାଦଶ ଓ ନବରାତ୍ରିର ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା’ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା’ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ପୁରୀ ଶ୍ରୀମନ୍ଦିରର ସେବାୟତ ଶମ୍ଭୁନାଥ ଗୋପାଳ ଖୁଣ୍ଟିଆ, ନରସିଂହ ମେକାପ, ରବିନାରାୟଣ ପୁରାଣ ପଣ୍ଡା, ବିପିନି ଷଡ଼ଙ୍ଗୀ, ଅଶୋକ କୁମାର ସାହୁ ଜଗନ୍ନାଥଙ୍କ ପଦକ ଆଜ୍ଞାମାଳ, ସୁଆର ପିଠା,ଆରଶା, ବିରି ପିଠା, ତ୍ରୀପୁରି, ମାଲପୁଆ, ଦହି ପଖାଳ ଆଦି ବହୁ ମହାପ୍ରସାଦ ସମର୍ପଣ କରିଥିଲେ । ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଓ ପଣ୍ଡିତ ତପନ କୁମାର ମହାପାତ୍ର ଓ ବେଦ ବିଦ୍ୟାର୍ଥୀ ମାନେ ସହଯୋଗ କରିଥିଲେ ଏବଂ ଗ୍ରାମର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା’ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।
- admin
- September 24, 2025
- 0 Comments
- 41 Views