ରେଳ ଫାଟକ ସମ୍ଭାଳୁନି : ବାରମ୍ବାର ଭାଙ୍ଗୁଛି , ଲୋକେ ହେଉଛନ୍ତି ହଇରାଣ
- ନିରାକାରପୁର,୨୨/୭: ଦୈନଦିନ ହଜାର ହଜାର ସଂଖ୍ୟାରେ ଗାଡିମଟର ଅତିକ୍ରମ କରୁଥିବା ଖୋର୍ଦ୍ଧା ଜିଲ୍ଲା ନୂଆ ଜଗନ୍ନାଥ ସଡ଼କର ନିରାକାରପୁର ସ୍ଥିତ ରେଳ ଫାଟକ ଆଉ ସମ୍ଭାଳୁନି।ବାରମ୍ବାର ଗେଟ ଉଠପଡ ଲାଗି ଏହା ବି ବହୁତ ସମୟରେ ଆପେ ଭାଙ୍ଗି ପଡିଥିବା ଲକ୍ଷ୍ୟ କରାଯାଉଛି। ବହୁ ସଂଖ୍ୟାରେ ଟ୍ରେନ ଯାତାୟାତ କରିଥିବାରୁ ପ୍ରତି ୫ ମିନିଟରେ ଏହି ରେଳ ଫାଟକ ବନ୍ଦ କରିବାକୁ ପଡୁଛି। ଏହାର ରକ୍ଷଣାବେକ୍ଷଣ ପାଇଁ କିଛି ରେଳ ବିଭାଗ କର୍ମଚାରୀ ବି ନିୟୋଜିତ ହୋଇ ରହିଛନ୍ତି। ତଥାପି ଆଜି ସକାଳ ୧୦ ଟା ସମୟରେ ଭାଙ୍ଗି ପଡ଼ିଥିବାରୁ ବହୁ ସମୟ ଯାତ୍ରୀ ମାନେ ଗେଟ ର ଉଭୟ ପାର୍ଶ୍ଵରେ ଛିଡା ହୋଇ ରହିଥିଲେ। ପରେ କର୍ମଚାରୀମାନେ ପୁରୁଣା ଗେଟ କୁ ବାହାର କରି ମରାମତି କରିବା ପରେ ଚଳାଚଳ ସ୍ଵାଭାବିକ ହୋଇଥିଲା।