Sambad Odisha

ରାଜ୍ୟ ଶିକ୍ଷା

ରାୟପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି 

ରାୟପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି

ଖୋର୍ଦ୍ଧା,୧୩/୯(ସମ୍ବାଦ ଓଡ଼ିଶା) :ଖୋରଧା ଜିଲ୍ଲା ଜଙ୍କିଆ ସ୍ଥିତ ଭଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାୟପୁର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ଭାବେ ରାୟପୁର ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅମୀୟ କୁମାର ଜେନା, ସଭାପତି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ପ୍ରହରାଜ, ମୁଖ୍ୟ ଅତିଥୂ ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ବଳବନ୍ତରାୟ ଏବଂ ସମ୍ମାନିତ ଅତିଥୂ ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ରାଉତରାୟ ଯୋଗ ଦେଇଥିଲେ। କ୍ଲଷ୍ଟରର ୭ଟି ବିଦ୍ୟାଳୟର ମୋଟ୍ ୧୨୫ ଜଣ ଛାତ୍ରଛାତ୍ରୀ ଏବଂ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧୂକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପ‌ତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସ‌ହ‌ଯୋଗରେ ସମ୍ପାଦିତ ହୋଇଥିଲା।

 

admin

About Author

Leave a comment

Your email address will not be published. Required fields are marked *