Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ରାୟଗଡାର ଅଧିଷ୍ଠ୍ରାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡିରୁ ବହାରିଲା କୋଟିଏରୁ ଉର୍ଧ ନଗଦ ୧୨ ଟି ବିଦେଶୀ ନୋଟ ସମେତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା

ରାୟଗଡାର ଅଧିଷ୍ଠ୍ରାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡିରୁ ବହାରିଲା କୋଟିଏରୁ ଉର୍ଧ ନଗଦ

୧୨ ଟି ବିଦେଶୀ ନୋଟ ସମେତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା

ରାୟଗଡ଼ା୦୭/୦୭(ସମ୍ବାଦ ଓଡ଼ିଶା ):ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଆଜି କଡା ସୁରକ୍ଷା ମଧ୍ୟରେ ଖୋଲାଯାଇଥିଲା। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ହୁଣ୍ଡିରୁ ନଗଦ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୂପା ବାହାରିଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ପ୍ରକାର ୫ ଟି ଦେଶର ୧୨ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ବିଦେଶରେ ରହୁଥିବା କୌଣସି ଭାରତୀୟ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ଏଥି ମଧ୍ୟରେ ଆମେରୀକାର ଡଲାର,ଆରବ ଏମିରେଟ୍ସର ଦିରହାମ,କତାର ର ରିୟାଲ ଏବଂ କୁୱେତର ଦିନାର ଅନ୍ତର୍ଭୁକ୍ତ । ଦୀର୍ଘ ୮ ଘଣ୍ଟା ଧରି ହୋଇଥିବା ଗଣତି ଆଜି ସକାଳ ୧୦ଟାରେ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଜାନୁୟାରୀ ୨୭ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୧୨ ଟି ବିଦେଶୀ ନୋଟ ମଧ୍ୟ ବାହାରିଥିଲା। ସୂଚନା ଥାଉକି, ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଖୋଲାଯାଇ ଗଣତି କରାଯାଉଛି। ହେଲେ ଚଳିତଥର ପ୍ରାୟ ୬ ମାସ ପରେ ଖୋଲାଯାଇଥିଲା। ଆଜି ହୁଣ୍ଡିରୁ ବାହାରିଥିବା ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରରେ ରଖାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲି ଗଣତି ବେଳେ ପୁଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ମୁଖ୍ୟ ରାଇସିଂ ବିଡିକା,ଦେବ ବେହେରା,ବାବୁ ଦଳେଇ,ମାଙ୍ଗା ହୁଇକା,ଶ୍ରୀନିବାସ ରାଓ,ଏଣ୍ଡୋମେଣ୍ଟ କମିଶନ ର ସୁପରଭାଇଜର ସୁଶାନ୍ତ ପୂଜାରୀ ଓ ମନ୍ଦିରର ପରିଚାଳକ ‌ଭେଙ୍କଟ ରାଓ ପ୍ରମୁଖ ଗଣତି ବେଳେ ଉପସ୍ଥିତ ଥିଲେ

admin

About Author

Leave a comment

Your email address will not be published. Required fields are marked *