Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ରାମେଶ୍ବର ରୁ ଚନ୍ଦନପୁର ମୁଖ୍ୟମନ୍ତ୍ରୀ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ ନିର୍ମାଣାଧୀନ ରାସ୍ତା ପାର୍ଶ୍ବ ଓ ୱାଲ୍ ଫାଟି ଆଁ କରିଲାଣି

ରାମେଶ୍ବର ରୁ ଚନ୍ଦନପୁର ମୁଖ୍ୟମନ୍ତ୍ରୀ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ନିର୍ମାଣାଧୀନ ରାସ୍ତା ପାର୍ଶ୍ବ ଓ ୱାଲ୍ ଫାଟି ଆଁ କରିଲାଣି

ନିରାକାରପୁର,୭/୭(ସମ୍ବାଦ ଓଡ଼ିଶା)

: ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ମେଡିକାଲ ଛକ ଠାରୁ ଜଗତପୁର ଦେଇ ଚନ୍ଦନପୁରକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାଟିର କଡ ଓ କିଛି ଅଂଶ ୱାଲ ଫାଟି ଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ରାସ୍ତା ର ପାର୍ଶ୍ଵ ମାଟି ଧସି ହୋଇ ୱାଲ୍ ଫାଟି ଆଁ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି କାର୍ଯ୍ୟକୁ ଉଚିତ୍ ତଦାରଖ ଓ ଠିକାଦାର ର ମନମୁଖୀ କାର୍ଯ୍ୟ ଯୋଗୁ ଏପରି ହୋଇଛି ବୋଲି କୁହାଯାଉଛି।ଏଥି ପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ରାମେଶ୍ବର, ଜଗତପୁର, ତାଳପଡ଼ା, ଗୁଡ଼ବେଡି ଓ ଚନ୍ଦନପୁରବାସୀଙ୍କ ଗମନା ଗମନର ଆବଶ୍ୟକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଯୋଜନାରେ ୫. ୫୯ କିଲୋମିଟର ନିର୍ମାଣ କରାଯାଇଥିବା ଏହି ନିମ୍ନମାନର କାର୍ଯ୍ୟକୁ ରାସ୍ତାଟିର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଚନ୍ଦନପୁର ଗାଁ ପୂର୍ବରୁ ନିର୍ମାଣ ହୋଇଥିବା ସେତୁଠାରୁ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ଵ ରାସ୍ତା ଅଳ୍ପ ବର୍ଷାରେ ସ୍ଥାନେ ସ୍ଥାନେ ଧସିଯାଇଛି । ସେହିପରି କଂକ୍ରିଟ ୱାଲ୍‌ଗୁଡିକ ଫାଟି ଭୁଶୁଡିବା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପିଚୁ କାର୍ଯ୍ୟ ଅତି ନିମ୍ନ ମାନର ହୋଇଛି। ଏହି ରାସ୍ତାକୁ ୪ କୋଟି ୨ ଲକ୍ଷ ୬୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି ରାସ୍ତା ଉପରେ ଠିକଣା ସ୍ଥାନ ମାନଙ୍କରେ ୧୦୦ ମିଟର ଲମ୍ବର ସିସି ଡ୍ରେନ୍, ୭୬୦ ମିଟର ରିଟେନିଂ ୱାଲ୍ ଓ ଆବଶ୍ୟକ ସ୍ଥାନ ମାନଙ୍କରେ ୪ଟି ପାଇପ୍ କଲଭର୍ଟ ନିର୍ମାଣ ହେବା ପାଇଁ ନିର୍ଦ୍ଦେଶ ରହିଛି। ସେହି ଅନୁସାରେ ଗତ ୨୦୨୩ ନଭେମ୍ବର ମାସ ୨୦ ତାରିଖରେ ଏହାର ଶିଳାନ୍ୟାସ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଗକୁ ୫ ବର୍ଷ ଗ୍ୟାରେଣ୍ଟି ପିରିୟଡ଼ ଥିଲେ ବି ଏବେ ଠାରୁ ଏହାର ଦୂରବସ୍ଥା ଏହାର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

admin

About Author

Leave a comment

Your email address will not be published. Required fields are marked *