Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ଅପରାଧ ରାଜ୍ୟ

ରାଜଗାଙ୍ଗପୁର ମହରମକୁ ନେଇ ଗୋଷ୍ଠୀସଂଘର୍ଷରେ ୬ ଗିରଫ

ରାଜଗାଙ୍ଗପୁର ମହରମକୁ ନେଇ ଗୋଷ୍ଠୀସଂଘର୍ଷରେ ୬ ଗିରଫ

ରାଜଗାଙ୍ଗପୁର,୮।୭(ସମ୍ବାଦ ଓଡ଼ିଶା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମହରମକୁ ନେଇ ଘଟିଥିବା ଗୋଷ୍ଠୀସଂଘର୍ଷରେ ପୁଲିସ ଉଭୟପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ଦିଲ୍ ନବାଜ, ଅରମାନ ହାସନୀ, ମହମ୍ମଦ ପରଭେଜ, ମହମ୍ମଦ ଫିରୋଜ, ସଦାମ ହୁସେନ ଓ ଅଫତାବ ଖାନ। ସୂଚନା ଅନୁସାରେ, ରବିବାର ରାତିରେ ମହରମ ଶୋଭାଯାତ୍ରାକୁ ନେଇ ସୁଭାଷଛକ ଓ ରବାନୀଛକରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୋମାବାର ସକାଳେ ସେହି ଘଟଣାକୁ ଆଜାଦରୋଡ୍‌ ଓ ରବାନୀଛକରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖଣ୍ଡାଭୁଜାଲି ବୁଲିଥିଲା। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ମାରଣାସ୍ତ୍ର ଜବତ କରିଥିଲା। ଏହି ଗଣ୍ଡଗୋଳ ପାଇଁ ଉଭୟପକ୍ଷରୁ ଏତଲା ଦିଆଯାଇଥିଲା। ମହମ୍ମଦ ପରଭେଜ ଓ ତାଙ୍କ ପୁଅ ମହମ୍ମଦ ସାହାନୱାଜଙ୍କୁ ଇଦ୍ଗାମହଲାର ମହମ୍ମଦ ଆରିଫ, ମହମ୍ମଦ ସାହାନାଇ, ମହମ୍ମଦ ହାମିଦ, ମହମ୍ମଦ ଆରସଦ, ତାଇସନ, ମହମ୍ମଦ ସମୀର ଓ ମହମ୍ମଦ ଆସିଫ ସଂଘବଦ୍ଧ ଭାବେ ଭୁଜାଲି ଓ ଖଣ୍ଡାରେ ହାତ ଏବଂ ପାପୁଲିକୁ ଚୋଟମାରି ଲହୁଲୁହାଣ କରିଥିଲେ ବୋଲି ଏତଲା ଦେଇଛନ୍ତି। ପରଭେଜ ଓ ସାହାନାଜଙ୍କୁ ପ୍ରଥମେ ରାଜଗାଙ୍ଗପୁର ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ମହମ୍ମଦ ହମିଦରାଜା ଓ ତାଙ୍କ ବାପା ମହମ୍ମଦ ଆସ୍ରଦଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଦର୍ଶାଇ ବୋଲି ସେ ମହମ୍ମଦ ପରଭେଜ, ମହମ୍ମଦ ଦିଲନବାଜ, ମହମ୍ମଦ ସାହାନୱାଜ, ମହମ୍ମଦ ଫିରୋଜ, ମହମ୍ମଦ ମଙ୍ଗଲ, ମହମ୍ମଦ ଭୋଲା, ମହମ୍ମଦ ଆସିଫ ଓ ମହମ୍ମଦ ଅରମାନଙ୍କ ବିରୋଧରେ ଏତଲା ଦେଇଥିଲେ। ରାଜଗାଙ୍ଗପୁର ପୁଲିସ ଦୁଇଟି ମାମଲା ରୁଜୁକରି ଉଭୟପକ୍ଷରୁ ୬ ଜଣଙ୍କୁ ଗିରଫ କରିଛି। ରାଜଗାଙ୍ଗପୁର ଥାନାର ଦମୟନ୍ତୀ ମହାନ୍ତ ଓ ପ୍ରୀତମ ପ୍ରକାଶ ଜେନା କେସ୍‌ ତଦନ୍ତ କରୁଥିବା ଜଣାପଡ଼ିଛି।

admin

About Author

Leave a comment

Your email address will not be published. Required fields are marked *