Sambad Odisha

ଦେଶ ବିଦେଶ ରାଜନୀତି ରାଜ୍ୟ

ମୋଦି ଆସିବେ ବୋଲି…. ସଭାସ୍ଥଳରେ ପୁଲିସ ମହା ନିର୍ଦେଶକଙ୍କ ସମୀକ୍ଷା 

ମୋଦି ଆସିବେ ବୋଲି….

ସଭାସ୍ଥଳରେ ପୁଲିସ ମହା ନିର୍ଦେଶକଙ୍କ ସମୀକ୍ଷା

ଝାରସୁଗୁଡା୨୫/୯(ସମ୍ବାଦ ଓଡ଼ିଶା): ଆସନ୍ତା ୨୭ ତାରିଖରେ ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅମଲୀପାଲିସ୍ଥିତ ପଡିଆରେ ଆୟୋଜିତ ସଭାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମ୍ବୋଧିତ କରିବେ। ତେବେ ଏହାର ଅଵ୍ୟବାହିତ ପୂର୍ବରୁ ଆଜି ପୁଲିସ ମହା ନିର୍ଦେଶକ ୱାଇ ବି ଖୁରାନିଆ ଆଜି ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଛନ୍ତି। ବିମାନ ବନ୍ଦରରୁ ନେଇ ସଭା ସ୍ଥଳ ଯାଏ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, କେଉଁଠି କ୍ୟାମେରା ଲାଗିବ, କେଉଁଠି ସାମିଲ ହେବାକୁ ଥିବା ଲୋକଙ୍କ ଯାଞ୍ଚ କେଉଁଠି ହେବ ସେନେଇ ସମୀକ୍ଷା କରିଛନ୍ତି ଡିଜିପି ଶ୍ରୀ ଖୁରାନିଆ। ଏହି ସମୀକ୍ଷା ବେଳେ ଏଡିଜି ଆଇନ ଶୃଙ୍ଖଳା ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡା ଏସପି ଜି ଆର ରାଘବେନ୍ଦ୍ର, ବରଗଡ଼ ଏସପି ପ୍ରହଲ୍ଲାଦ ସହାୟ ମୀନା, ସୋନପୁର ଏସପି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

admin

About Author

Leave a comment

Your email address will not be published. Required fields are marked *