ମୋଟା ବଡମଠରେ ରାମଚରିତ ମାନସ ନବାହ୍ନ ପାରାୟଣ
ନିରାକାରପୁର, ୧୧/୧୦(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ମୋଟା ବଡ ମଠ ପ୍ରାଙ୍ଗଣରେ ୯ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରୀ ମହନ୍ତ ଗୋବିନ୍ଦ ଦାସଜୀ ମହାରାଜ ( ମଠାଧୀଶ) ଓ ମହନ୍ତ ଶ୍ରୀ ଦିବାକର ଦାସଜୀ ମହାରାଜଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ୯ ତାରିଖରେ ଜଳଯାତ୍ରା ଅନୁଷ୍ଠିତ ହେବା ସହିତ ୧୦ ତାରିଖରୁ ଯଜ୍ଞ ଆରମ୍ଭ ହୋଇଛି। ପ୍ରତିଦିନ ହୋମ, ଯଜ୍ଞ, ସୂର୍ଯ୍ୟ ପୂଜା, ଶ୍ରୀ ରାମ ଷୋଡ଼ଶ ଉପଚାର ପୂଜା, ମଙ୍ଗଳ ଆଳତି, ନାମ ସଙ୍କୀର୍ତ୍ତନ ଇତ୍ୟାଦି ଅନୁଷ୍ଠିତ ହେଉଛି । ଶେଷରେ ୧୮ ତାରିଖରେ ଉଦଯାପନ ଉତ୍ସବ, ଘଟ ବିସର୍ଜନ ଓ ମହୋତ୍ସବ ପୂର୍ଣ୍ଣାହୁତି ଅପରାହ୍ନରେ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ସୁନାମ ଧନ୍ୟ ରାମ କଥା ପ୍ରବଚକ ମାନଙ୍କ ଦ୍ଵାରା ପ୍ରବଚନ ପ୍ରଦାନ କରୁଛନ୍ତି।