Sambad Odisha

ରାଜ୍ୟ ସ୍ପେଶାଲ

ବିଭିନ୍ନ ସ୍ଥାନରେ ମା ପାଇଁ ଗଛଟି କାର୍ଯ୍ୟକ୍ରମରେ ବୃକ୍ଷରୋପଣ

ବିଭିନ୍ନ ସ୍ଥାନରେ ମା ପାଇଁ ଗଛଟି କାର୍ଯ୍ୟକ୍ରମରେ ବୃକ୍ଷରୋପଣ

ଖୋର୍ଦ୍ଧା,୧୭/୯(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରମାବିଲି ରାମଚନ୍ଦ୍ର ବିଦ୍ୟାନିକେତନ ପ୍ରାଙ୍ଗଣରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋଦାବରୀଶ ସାମନ୍ତସିଂହାରଙ୍କ ପୌରାହିତ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ”ଏକ ପେଡ ମା ‘ କେ ନାମ ”/ଗଛଟିଏ ମାଆ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛଣଗିରି ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର, ଛଣଗିରି ଗ୍ରାମ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ଦୀପ୍ତିମୟୀ ସୋରେନ ଓ ଶିକ୍ଷକ ନେତା ତଥା ଓଡିଶା ମାଧ୍ୟମିକ ଶିକ୍ଷକ ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମହାପାତ୍ର ସଂମାନନୀୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଖେଳ ଶିକ୍ଷକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁକାନ୍ତି ବିଶୋଇ ସହାୟତା କରିଥିଲେ।ବିଦ୍ୟାଳୟର ଶିକ୍ଷକ ମୁରଲୀଧର ହରିଚନ୍ଦନ, ନରେନ୍ଦ୍ର ପାଇକରାୟ, ନାରାୟଣ ପାତ୍ର, ମାନସ କୁମାର ପାହାଡ଼ସିଂହ, ଅକ୍ରୁର ସାମନ୍ତରାୟ, ପ୍ରତାପ କୁମାର ମଙ୍ଗରାଜ, ରଶ୍ମିରଂଜନ ପ୍ରଧାନ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ। ପରିଶେଷରେ ଏକ ସାଧାରଣ ସଭାରେ ଶିକ୍ଷକ ନେତା ଜଳ ବାୟୁ ପରିବର୍ତନ ପାଇଁ ଗଛ ଜରୁରୀ ମତ ରଖିଥିବା ବେଳେ ସରପଞ୍ଚ ମହୋଦୟା ତାପମାତ୍ରା ବୃଦ୍ଧି ରୁ ରକ୍ଷା ପାଇଁ ଗଛ ଲଗାଇବା ଜରୁରୀ ବୋଲି ପୋଷଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋଦାବରୀଶ ସାମନ୍ତସିଂହାର ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥ କବି ପ୍ରସନ୍ନ ପlଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା, ରେଡକ୍ରସ ଓ ସ୍କାଉଟ ଓ ଗାଇଡ଼ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ର ଯୋଗଦେଇ ଚାରାରୋପଣର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ପଦଯାତ୍ରା କରି ବୃକ୍ଷ ରୋପଣ ମାଧ୍ୟମରେ ପରିବେଶ ବଞ୍ଚାଇବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିଥିଲେ ।ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ୧୨୦ ଟି ଚାରା ରୋପଣ କରିଥିଲେ।ରେଡକ୍ରସ ଅଧିକାରୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରାଣେଶ୍ୱର ଜୟସିଂହ ‘ବୃକ୍ଷ ହିଁ ଜୀବନ ‘ର ବାର୍ତ୍ତା ପ୍ରଦାନ କରି ସମସ୍ତେ ଅତି କମରେ ଗୋଟିଏ ଗଛ ଲଗାଇବାକୁ ପ୍ରେରଣା ଦେଇଥିଲେ ।ଜାତୀୟ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ପ୍ରିୟଙ୍କା ସ୍ୱାଇଁ ‘ମା ପାଇଁ ଗଛଟିଏ ‘ର ବାର୍ତ୍ତା ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ସ୍କାଉଟ ଓ ଗାଇଡ଼ର ଅଧିକାରିଣୀ ଅଧ୍ୟାପିକା ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ଗଛର ଉପକାରିତା ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଅଧ୍ୟାପକ ଶ୍ରୀଯୁକ୍ତ କିଶୋର କୁମାର ସାହୁ, ଶ୍ରୀଯୁକ୍ତ ଅଶୋକ କୁମାର ମଲ୍ଲିକ,ଶ୍ରୀଯୁକ୍ତ ନରୋତ୍ତମ ସାହୁ ଓ ଶ୍ରୀଯୁକ୍ତ ଜଗତଜ୍ୟୋତି ମିଶ୍ର ଏହି ମହାନ କାର୍ଯ୍ୟରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସlହିତ କରିଥିଲେ ।ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନ ପରିସରରେ “ଏକ ପେଡ ମା କେ ନାମ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ପ୍ରତାପ ଚନ୍ଦ୍ର ଚମ୍ପତ୍ତିରାୟ, ସ୍ୱର୍ଣଳତା ପଣ୍ଡା, ଲିପ୍ସା ନାୟକ, ମୋନାଲିସା ସାହୁ,ପୁର୍ଣିମା ମହାନ୍ତି ଓ ଚତୃର୍ଥ ଶ୍ରେଣୀ କର୍ମଚାରୀ ଦାଶରଥି ବାରିକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଗଛଟିଏ ମାନ ରୋପଣ କରିଥିଲେ । ପରିଶେଷରେ ସଭାଟିଏ କରାଯାଇ ଗଛର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷିକା ବକୃତା ପ୍ରଦାନ କରିଥିଲେ ।ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୫ତମ ଜନ୍ମଦିନ ଅବସରରେ ବଡ଼ପୋଖରିଆ ମଣ୍ଡଳର କମାଗୁରୁ ଗ୍ରାମର ମା ମହୁଲଶୁଣି ଦେବୀଙ୍କ ପୀଠରେ ବିଜେପି ମଣ୍ଡଳ ସଭାପତି ମାଧବ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ” ମା ପାଇଁ ଗଛ ଟିଏ ” ଅଭିଯାନରେ ବୃକ୍ଷ ରୋପଣ ସହିତ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ଜୀବନ କାମନା କରି ସାମୁହିକ ଦୀପଦାନ କରାଯାଇଛି। ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ଭାଗିରଥି ସାମନ୍ତରାୟଙ୍କ ସହିତ ସାତୋଟି ପଞ୍ଚାୟତରୁ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ବାର୍ଷିକ ଅବସରରେ ବିଜେପି ପକ୍ଷରୁ ଏକ ପେଡ ମା’କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୨ନମ୍ବର ଜୋନର ମଣ୍ଡଳ ସଭାପତି ଅଜୟ କୁମାର ପାଇକରାୟଙ୍କ ନେତୃତ୍ୱରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ କରାଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କର ସୁଖ, ସମୃଦ୍ଧ ଓ ନିରାମୟ ଜୀବନ କାମନା କରାଯାଇଥିଲା। ସମାଜସେବୀ ଶ୍ରୀପ୍ରସାଦ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ସନାତନ ବାରିକ, ମନ୍ମଥ ବେହେରା, ୯ନମ୍ବର ଜୋନର ମଣ୍ଡଳ ସଭାପତି ମାଧବ ପ୍ରସାଦ ମହାନ୍ତି, ମଣ୍ଡଳ ସମ୍ପାଦିକା ପୁଷ୍ପଲତା ବେହେରା, ବିଜେପି କର୍ମୀ ମଙ୍ଗୁଳି ମହତରାୟ ସୁକାନ୍ତ ଗଜେନ୍ଦ୍ର ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ସ୍କୁଲର ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ସେହିପରି ନିରାକାରପୁର ପୋଲିସ ଥାନା ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ, ଏସ ଆଇ ଦିପାଲିଶା ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରି ଥିଲେ। କମାଗୁରୁ ରାମ ଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ , ଇଶ୍ୱ।ର୍ଡ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ,ଟାଙ୍ଗୀ ତତ୍ତ୍ଵାବଧାନରେ ଜଳବିଭାଜିକା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବା ସହିତ ନିଜ କାର୍ଯ୍ୟାଳୟ ପରିସରରେ ବହୁସଂଖ୍ୟକ ଚାରା ରୋପଣ ହୋଇଛି। ଏହି ଅବସରରେ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜଳବିଭାଜିକା ତଥା ଖୋର୍ଦ୍ଧା ମୃତ୍ତିକା ସଂରକ୍ଷଣ ଉପନିର୍ଦେଶକ ଚକ୍ରଧର ମିଶ୍ର ଓ ଅବସରପ୍ରାପ୍ତ କ୍ଷେତ୍ର ପରିଦର୍ଶକ ସୁକାନ୍ତ କୁମାର ବେହେରାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି ଥିଲେ।

admin

About Author

Leave a comment

Your email address will not be published. Required fields are marked *