Sambad Odisha

ରାଜ୍ୟ ସ୍ପେଶାଲ

ବିଧବାଙ୍କୁ ଭତ୍ତା ସହ ସ୍ଵତନ୍ତ୍ର ସୁବିଧା ଦେବା ପାଇଁ ଆଦେଶ

ବିଧବାଙ୍କୁ ଭତ୍ତା ସହ ସ୍ଵତନ୍ତ୍ର ସୁବିଧା ଦେବା ପାଇଁ ଆଦେଶ

*ବିଧବା ଙ୍କ ମାନବ ଅଧିକାର ସୁରକ୍ଷା ପାଇଁ ଆସିଲା ନୂଆ ନିୟମ

*ସ୍ଵତନ୍ତ୍ର ମାନବ ଅଧିକାର ସୁରକ୍ଷା ଜିଲ୍ଲାର ବିଧବା ଙ୍କ ପାଇଁ

* ନୂତନ ବିଧବା ପାଇବା ପାଇଁ ଅପେକ୍ଷାରେ ୩୪୩୪ ଜଣ

ଖୋର୍ଦ୍ଧା ,୧୩/୯(ସମ୍ବାଦ ଓଡ଼ିଶା):ବିଧବା ଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ସହ ସୁବିଧା ପାଇଁ ସରକାର ଏକ ନିୟମ ଆଣିଛନ୍ତି । ରାଜ୍ୟ ସରକାର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବିଭାଗ ଚିଠି ନମ୍ୱର – ୧୧୫୭୩ ତା ୦୯.୧୦.୨୦୨୫ ରିଖ ରେ ଦୀପକ ରାଉତରାୟ ଓ. ଏ. ଏସ ସ୍ଵତନ୍ତ୍ର ସେକ୍ରେଟାରୀ ହୋମ ଡିପାର୍ଟମେଣ୍ଟ ଙ୍କୁ ଚିଠି ଯୋଗେ ଆଦେଶ ଦେଇଛନ୍ତି । ବିଧବା ହିତାଧିକାରୀ ଙ୍କ ପାଇଁ ସ୍ବତନ୍ତ୍ର ଆଧାର କ୍ୟାମ୍ପ ମଧ୍ୟମରେ ଆଧାର ସୁବିଧା ଯୋଗାଇବା , ଜିଲ୍ଲା ଲିଗାଲ ସର୍ଭିସ ଅସୋସିଏସନ ବିଧବାଙ୍କ ପାଇଁ ସ୍ବତନ୍ତ୍ର ଭାବରେ କାର୍ଯ୍ୟ କରିବା ସହ ବିଧବାଙ୍କୁ ଜିଲ୍ଲା ଭିତ୍ତିକ କ୍ୟାମ୍ପ କରି ନ୍ୟାୟ ପ୍ରଦାନ ରେ ସାହଯ୍ୟ କରିବେ , ସ୍ବାମୀ ମୃତ୍ୟୁ ପରେ କି ଭଳି ଉତ୍ତରାଧିକାରୀ ଭାବରେ ବିଧବା ନ୍ୟାୟ ପାଇପାରିବେ , ବିଧବା ଙ୍କ ପାଇଁ ସ୍ବତନ୍ତ୍ର ହେଲଥ କ୍ୟାମ୍ପ୍ ସହ ମନସତ୍ୱବିଦ ମାନେ ଘରକୁ ଯାଇ ସମୟ ବ୍ୟବଧାନରେ ବିଧବା ଙ୍କୁ ସୁବିଧା ଦେବାର ଆଦେଶ ଦିଆଯାଇଛି । ବିଧବା ମାନେ ଯେଉଁ ଭଳି ଏକୁଟିଆ ଅନୁଭବ କରିବେ ନାହିଁ ସେଥି ପାଇଁ କିଛି ଫେଷ୍ଟିଭାଲ, ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ବିଧବା ମନକୁ ଯୋଡିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ।ଖୋର୍ଦ୍ଧା ଜିଲ୍ଲା ରେ ୪୧୮୬୦ ଜଣ ବିଧବା ଭତା ପାଉଛନ୍ତି ଏବଂ ୩୪୩୪ ଜଣ ବିଧବା ଭତା ପାଇବା ପାଇଁ ଅପେକ୍ଷା ରେ ଅଛନ୍ତି । ବାଲିଅନ୍ତା ବ୍ଲକ୍ ରେ ୨୫୪୯ ଟି , ବାଲିପାଟଣା ବ୍ଲକ୍ ରେ ୨୧୩୫ ଟି , ବାଣପୁର ବ୍ଲକ୍ ରେ ୩୪୧୯ ଟି , ବେଗୁନିଆ ବ୍ଲକ୍ ରେ ୪୦୩୮ ଟି , ଭୁବନେଶ୍ବର ବ୍ଲକ୍ ରେ ୨୫୯୨ ଟି , ବୋଲଗଡ଼ ବ୍ଲକ୍ ରେ ୩୫୫୨ ଟି , ଚିଲିକା ବ୍ଲକ୍ ରେ ୨୮୫୯ ଟି , ଜଟଣୀ ବ୍ଲକ୍ ରେ ୧୮୦୮ ଟି , ଖୋର୍ଦ୍ଧା ବ୍ଲକ ରେ ୩୩୦୬ ଟି , ଟାଙ୍ଗୀ ବ୍ଲକ ରେ ୩୮୦୩ ଟି , ବାଲୁଗାଁ ଏନ୍ ଏ ସି ୫୪୪ ଟି , ବାଣପୁର ଏନ୍ ଏ ସି ୪୭୩ ଟି , ଭୁବନେଶ୍ବର ମୁନିସିପାଲଟି କର୍ପୋରେସନ ରେ ୮୭୦୪ଟି , ଜଟଣୀ ଏମ୍ ରେ ୧୨୫୩ ଟି , ଖୋର୍ଦ୍ଧା ଏମ୍ ରେ ୮୨୫ ଟି ଭତ୍ତା ମିଳୁ ଥିବାବେଳେ ୩୪୩୪ ଟି ଭତ୍ତା ମଞ୍ଜୁରୀ ଅପେକ୍ଷାରେ ରହିଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ଅଧିକାରୀ ଦିଲୀପ କୁମାର ହିଆଲ ଜଣାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା କଲ୍ୟାଣ ବିଭାଗ ର ତଥ୍ୟ ୩୪୩୪ ଜଣ ବିଧବା ଭତ୍ତା ପାଇବା କୁ ଥିବାବେଳେ ବିଭାଗ ଏହା ପ୍ରତି ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି।ବିଧବା ହେଲା ପରେ ଗୋଟେ ନାରୀ ଶାରୀରିକ ସହ ମାନସିକ ସ୍ତରରେ ଭାଙ୍ଗିପଡେ ଏପଟେ ସରକାର ସ୍ଵତନ୍ତ୍ର ସୁବିଧା ଦେବା ପାଇଁ ଚିଠି କରିଛନ୍ତି କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଭତ୍ତା ପାଇଁ ଯୋଗ୍ୟ ହେଲେ ମଧ୍ୟ ଦୀର୍ଘ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି ଶୁଣିବାକୁ ମିଳୁଛି ।ଖୋର୍ଦ୍ଧା ଜିଲ୍ଲା ରେ ବହୁତ୍ ବାର୍ଦ୍ଧକ୍ୟ , ଭିନ୍ନକ୍ଷମ , ବିଧବା ଏବଂ ଅନ୍ୟାନ୍ୟ ଭତ୍ତା ଗୁଡ଼ିକ ବହୁ ଦିନ ହେବା ପଡ଼ି ରହିଥିବାବେଳେ ଏଗୁଡ଼ିକୁ ତୁରନ୍ତ ମଞ୍ଜୁରୀ କରି ଅସହାୟ ଙ୍କୁ ସହାୟତାର ହାତ ବଢ଼ାଇବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

admin

About Author

Leave a comment

Your email address will not be published. Required fields are marked *