Sambad Odisha

ରାଜନୀତି ରାଜ୍ୟ

ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ମିଳିଲା ଦାୟିତ୍ଵ

ଭୁବନେଶ୍ଵର: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ସାଧାରଣ ନିର୍ବାଚନ ହାରିବା ପରେ ଏହା ଦଳର ପ୍ରଥମ ସାଂଗଠନିକ ନିର୍ବାଚନ। ଏହି କ୍ରମରେ ବିଜେଡି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି। ଏହି ୧୮ ଜିଲ୍ଲାକୁ ବିଜେଡିର ସଭାପତି ମିଳିଛି। ଏ ନେଇ ଦଳ ପକ୍ଷରୁ ପ୍ରେସ୍ ବିବୃତି ଜରିଆରେ ଏହାର ସୂଚନା ଦିଆଯାଇଛି।  ଅବଶିଷ୍ଟ ୧୫ ଜିଲ୍ଲା ସଂଗଠନ ବାକି ରହିଛି।

ପ୍ରେସ୍ ବିବୃତି ଅନୁଯାୟୀ, ଅନୁଗୁଳ ଜିଲ୍ଲାର ବିଜେଡି ସଭାପତି ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ଵାଇଁ, ବୌଦ୍ଧ ପାଇଁ ପ୍ରଦୀପ କୁମାର ଅମାତ,  ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଚନ ବିଶ୍ଵାଳ, ଗଜପତି ପାଇଁ ପ୍ରଦୀପ ନାୟକ , ଜଗତସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା ପାଇଁ  ହରିଶ ଗନ୍ତରା ନିଯୁକ୍ତ ହୋଇଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାର ବିଜେଡି ସଭାପତି ଭାବେ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡକାମି, ମୟୂରଭଞ୍ଜ-୧ ପାଇଁ ସୁଦାମ ମାରାଣ୍ଡି, ନବରଙ୍ଗପୁର ପାଇଁ ମନୋହର ରଣଧରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନାଁ ଘୋଷଣା କରିଛି ବିଜେଡି।

ସୂଚନାଯୋଗ୍ୟ, ଏପ୍ରିଲ ଶେଷ ସୁଦ୍ଧା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସରିବ। ଏପ୍ରିଲ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।  ସେହି ଅନୁସାରେ ଏପ୍ରିଲ ୧୩ ତାରିଖ ସୁଦ୍ଧା ଜିଲ୍ଲା ସଭାପତିମାନେ ନାମଙ୍କନ ପତ୍ର ଦାଖଲ କରିଥିଲେ।  ଜିଲ୍ଲା ସଭାପତି ନିର୍ବାଚନ ପରେ   ରାଜ୍ୟ   ପରିଷଦ  ଓ ରାଜ୍ୟ କାର୍ଯ୍ୟକାରିଣୀ  ଗଠନ ହେବ। ତା ପରେ ରାଜ୍ୟ ସଭାପତି ନିର୍ବାଚନ ସରିବ । ଏହା ପରେ ସଭାପତି ସଙ୍ଗଠନରେ  କାହାକୁ ନେବେ ନିଷ୍ପତି ନେବେ । ୨୦୧୯ରେ ବିଜେଡିର ସାଂଗଠନିକ ନିର୍ବାଚନ ଶେଷ ଥର ପାଇଁ ହୋଇଥିଲା ।    ୨୦୨୪ରେ  ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନ ହୋଇନଥିଲା । ସାଙ୍ଗଠନିକ ନିର୍ବାଚନ ପାଇଁ  ଆଉ ଗୋଟିଏ ବର୍ଷ ସମୟ ମାଗିଥିଲା ବିଜେଡି।

 

admin

About Author

Leave a comment

Your email address will not be published. Required fields are marked *