Sambad Odisha

ରାଜ୍ୟ

ବସ କାର ଦୁର୍ଘଟଣା କାର ଚାଳକ ଡାକ୍ତର ଗୁରୁତର

ବସ କାର ଦୁର୍ଘଟଣା କାର ଚାଳକ ଡାକ୍ତର ଗୁରୁତର

ସୋର,୧୨/୮(ସମ୍ବାଦ ଓଡ଼ିଶା) : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଷ୍ଟାର ହୋଟେଲ ନିକଟରେ ଏକ ଯାତ୍ରୀବାହୀ ବସ କାରକୁ ଧକା ଦେବାରୁ କାର ଚାଳକ ଡାକ୍ତର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ତଳନଗର ପଂଚାୟତ ଅଙ୍କୁରଖାର୍ଜୀ ଗ୍ରାମର ଡାକ୍ତର ସତ୍ୟନାରାୟଣ ପଣ୍ଡା ବାସୁଦେବପୁରରେ ଥିବା ନିଜ କ୍ଲିନିକକୁ ଯାଉଥିଲେ। ଷ୍ଟାର ହୋଟେଲ ନିକଟରେ ହୋଇଥିବା ଡାଇଭର୍ଶନରେ ଛିଡା ହୋଇଥିବା ବେଳେ ଓଡ଼ି ୦୧ ୟୁ ୧୨୧୨ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ପଣ୍ଡା ବସ ତାଙ୍କୁ ଧକା ଦେଇଥିଲା। ଫଳରେ ଡାକ୍ତର ପଣ୍ଡା ଗୁରୁତର ଆହତ ହୋଇଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ଥାନାରେ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

admin

About Author

Leave a comment

Your email address will not be published. Required fields are marked *