Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ବନ୍ୟାରେ ଭାସିଯାଇ ୧୧ଛେଳି ମୃତ

ବନ୍ୟାରେ ଭାସିଯାଇ ୧୧ଛେଳି ମୃତ

ପଦ୍ମପୁର,୭/୭(ସମ୍ବାଦ ଓଡ଼ିଶା):ବନ୍ୟାରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର ଗୃହପାଳିତ ୧୧ଟି ଛେଳି ଙ୍କ ମୃତ୍ୟୁ ଘଟିଛି।ଚରାଳିମାନେ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ନେଇଥିବାବେଳେ ହଠାତ୍ ବନ୍ୟାପାଣି ମାଡି ଆସିଥିଲା।ଫଳରେ ସମସ୍ତ ଛେଳି ଭାସିଯାଇଥିଲେ।ପରଦିନ ସକାଳେ ଗୁଳୁଦେଇନାଳ ନିକଟରେ ମୃତ ଅବସ୍ଥାରେ ଛେଳି ମାନଙ୍କୁ ଉଦ୍ଧାର କରାଯାଇଛି।ଗାଁର ଡାକ୍ତର ମାଝୀ ଙ୍କ ୮ଟି ମ‍ାଈ ଓ ଖାସି ଓ ଲଛମନ ମାଝୀ ୨ଟିଛେଳି,କେଶବ ଚନ୍ଦ୍ର ମହାନ୍ତ ଙ୍କ ୧ଛେଳି ମୃତ୍ୟୁ ବରଣ କରିଛନ୍ତି।ଏବେ ଛେଳି ଚାଷୀମାନେ କ୍ଷତିରେ ପଡି ଚିନ୍ତାରେ ଅଛନ୍ତି।ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

admin

About Author

Leave a comment

Your email address will not be published. Required fields are marked *