ବଡପୋଖରୀଆ ରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ: ୪୧୩ ଅଭିଯୋଗ ଶୁଣାଣି
ଖୋର୍ଦ୍ଧା,୧୫/୯(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପୋଖରୀଆ ପଂଚାୟତ ରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୨୫ ଟି ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ। ସମୁଦାୟ ୪୧୩ ଟି ଅଭିଯୋଗ ଶୁଣାଣି ହୋଇଥିବା ଜଣାପଡିଛି। ଏହି ଅବସରରେ ଗୋଟିଏ ଲେବର କାର୍ଡ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ରୁମାନ ଜାଫିର, ତହସିଲଦାର ନିଷ୍ଠା ମହାପାତ୍ର, ଏବିଡ଼ିଓ ରଞ୍ଜନ ସ୍ବାଇଁ, ସମାଜ ମଙ୍ଗଳ ଅଧିକାରୀ ବିରଞ୍ଚି ନାରାୟଣ ଜେନା, ଜିପିଡିଓ ସଂକଳ୍ପ ସୁଚିତ୍ରା ସାହୁ, ବିଏସଏସଓ କାଜଲ ପ୍ରଧାନ, ବିପିଏମ୍ ପ୍ରକାଶ ବଳିଆରସିଂହ ଓ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଜୋତ୍ସ।ମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।