ନିରାକାରପୁର,୭/୮: ରାଜ୍ୟ ପର୍ଯ୍ୟଟନ ବିଭାଗ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର ପାନ୍ଥିକାକୁ ଗତ ୨୦୧୭ ମସିହା ଡିସେମ୍ବର ୫ ତାରିଖରେ ୩୦ ବର୍ଷ ପାଇଁ ଟେଣ୍ଡରରେ ପ୍ରିୟଦର୍ଶୀ ରଥ ନାମକ ଜଣେ ବ୍ୟକ୍ତି ବର୍ଷକୁ ୧ଲକ୍ଷ ୭୦ ହଜାର ଟଙ୍କା ହିସାବରେ ପ୍ରଦାନ କରିଥିଲେ। ପରେ ୨୦୨୦ ମସିହା ପର୍ଯ୍ୟନ୍ତ ଠିକ୍ ରୂପରେ ଅର୍ଥ ଭରଣା କରାଯାଇଥିଲା। କିନ୍ତୁ ସେବେ ଠାରୁ ଆଜି ପର୍ଯ୍ୟନ୍ତ ଆଉ ପର୍ଯ୍ୟନ୍ତ ବିଭାଗର ତାଗିଦ୍ ସ୍ଵତେ ଅର୍ଥ ଡିପୋଜିଟ କରାଯାଇ ନ ଥିଲା। ସମୁଦାୟ ୧୧ ଲକ୍ଷ ୪୯ ହଜାର ୨୧୫ ଟଙ୍କା ଦେବାକୁ ବିଭାଗ ତରଫରୁ କୁହାଯାଇଥିଲେ ବି ଟେଣ୍ଡର ନେଇଥିବା ବ୍ୟକ୍ତି ନା ଟଙ୍କା ଡିପୋଜିଟ କରିଥିଲେ ନା ପାନ୍ଥିକା ଖାଲି କରିଥିଲେ। ବାଧ୍ୟ ହୋଇ ପର୍ଯ୍ୟଟନ ବିଭାଗ ଚେୟାରମ୍ୟାନ ଙ୍କ ନିର୍ଦ୍ଦେଶରେ ଆଜି ଖୋର୍ଦ୍ଧା ପର୍ଯ୍ୟଟନ ଅଧିକାରୀ, ଟାଙ୍ଗୀ ଅତିରିକ୍ତ ତହସିଲଦାର ସନାତନ ମଲ୍ଲିକ, ଆଇଆଇସି ବିଶ୍ୱଜିତ୍ ରାଉତରାୟଙ୍କ ସମେତ ମହିଳା, ପୁରୁଷ ପୋଲିସ ଫୋର୍ସ ଉପସ୍ଥିତି ରେ ପାନ୍ଥିକା ରୁ ସମସ୍ତ ଆସବାପତ୍ର ସହିତ ଅନ୍ୟାନ୍ୟ ସାମଗ୍ରୀ ବାହାର କରାଯାଇ ସିଲ କରାଯାଇଥିବା ଜଣାପଡିଛି।
- admin
- August 7, 2025
- 0 Comments
- 69 Views