Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ଅପରାଧ ଦେଶ ବିଦେଶ

ପିଏନବି ଲୋନ ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସି ବେଲଜିୟମରେ ଗିରଫ, ଖୁବ ଶୀଘ୍ର ଭାରତ ଆଣିବାକୁ ପ୍ରୟାସ

ନୂଆଦିଲ୍ଲୀ: ପିଏନବି ଋଣ ଠକେଇର ଅଭିଯୁକ୍ତ ପଳାତକ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକ ମେହୁଲ ଚୋକସିଙ୍କୁ ବେଲଜିୟମରେ ଠାବ କରିଥିଲେ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ପୋଲିସ ଗିରଫ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନରେ ୬୫ ବର୍ଷୀୟ ଚୋକସିଙ୍କୁ ଶୁକ୍ରବାର (୧୧ ଏପ୍ରିଲ୍, ୨୦୨୫) ଗିରଫ କରାଯାଇଥିଲା ଏବଂ ସେ ଏବେ ବି ଜେଲରେ ଅଛନ୍ତି।

ମେହୁଲ ଚୋକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ କରିଥିଲେ ଏବଂ ଗିରଫଦାରୀ ଏଡାଇବା ପାଇଁ ସେ ଭାରତରୁ ବେଲଜିୟମ ପଳାଇଥିଲେ। ଏଠାରେ ସେ ତାଙ୍କ ପତ୍ନୀ ପ୍ରୀତି ଚୋକସୀଙ୍କ ସହ ଆଣ୍ଟୱର୍ପରେ ରହୁଥିଲେ। ପ୍ରୀତି ଚୋକସି ବେଲଜିୟମର ନାଗରିକତ୍ୱ ଧାରଣ କରିଛନ୍ତି।

ଅନେକ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଚୋକସିଙ୍କର ବେଲଜିୟମରେ ‘ଏଫ୍ ରେସିଡେନ୍ସି କାର୍ଡ’ ଅଛି ଏବଂ ସେ ଚିକିତ୍ସା ପାଇଁ ଏଣ୍ଟିଗୁଆରୁ ବେଲଜିୟମ ଆସିଥିଲେ। ମେହୁଲ ଚୋକସିଙ୍କୁ ଗିରଫ କରିବା ସମୟରେ, ବେଲଜିୟମ ପୋଲିସ ମୁମ୍ବାଇ କୋର୍ଟ ଦ୍ୱାରା ତାଙ୍କ ବିରୁଦ୍ଧରେ ଜାରି ହୋଇଥିବା ଦୁଇଟି ଗିରଫ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଏହି ୱାରେଣ୍ଟଗୁଡ଼ିକ ୨୩ ମଇ, ୨୦୧୮ ଏବଂ ୧୫ ଜୁନ୍, ୨୦୨୧ରେ ଜାରି କରାଯାଇଥିଲା। ତଥାପି, କୁହାଯାଉଛି ଯେ ମେହୁଲ ଚୋକସି ଖରାପ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ଜାମିନ ଏବଂ ତୁରନ୍ତ ମୁକ୍ତି ପାଇଁ ଆବେଦନ କରିପାରନ୍ତି। ତାଙ୍କୁ ଭାରତ ଆଣିବାକୁ ସିବିଆଇ ଚେଷ୍ଟା ଚଳାଇଛି ।

admin

About Author

Leave a comment

Your email address will not be published. Required fields are marked *

You may also like

ଅପରାଧ ରାଜ୍ୟ

ଦାଦାକୁ ହାଣି ହତ୍ୟା: କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁତୁରା

There are many variations of passages of Lorem Ipsum available but the majority have suffered alteration in that some injected
ଦେଶ ବିଦେଶ

ଭୂକମ୍ପରେ ଥରିଲା ଆମେରିକା, ଜାଣନ୍ତୁ କେତେ ଥିଲା ତୀବ୍ରତା ?

There are many variations of passages of Lorem Ipsum available but the majority have suffered alteration in that some injected