Sambad Odisha

ଅପରାଧ ରାଜ୍ୟ

ପାରିବାରିକ କଳହ ର କରୁଣ ପରିଣତି ଫାଶୀ ହେଲା ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର :ସ୍ଵାମୀ ଥାନାରେ ଅଟକ।

ପାରିବାରିକ କଳହ ର କରୁଣ ପରିଣତି ଫାଶୀ ହେଲା ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର :ସ୍ଵାମୀ ଥାନାରେ ଅଟକ।

ବିଷମ କଟକ ୧୮/୭(ଇ ମି ସ)ପାରିବାରିକ କଳହକୁ ନେଇ ମହିଳା ଜଣକ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଆଣିଲେ ହତ୍ୟା ଅଭିଯୋଗ। ଝିଅ ର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତର ମାଠିଆ ସାହି ରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସ୍ତ୍ରୀ ଅନୁ ବ୍ରେକବାଡାଙ୍କ ଦେହ ଅସୁସ୍ଥ ଅଛି କହି ସ୍ଵାମୀ ମକର କାଡ୍ରାକା ବିଷମ କଟକ ସରକାରୀ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ। ଚିକିତ୍ସା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ସନ୍ଦେହ ହେବାରୁ ଡାକ୍ତର ବିଷମ କଟକ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ସବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଵାମୀ ମକର କାଡ୍ରାକାଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଚନ୍ଦ୍ରପୁର ଥାନା ଅନ୍ତର୍ଗତ କାର୍ଡପାଙ୍ଗା ଗ୍ରାମର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବରୁ ବିଷମ କଟକ ଥାନା ଅନ୍ତର୍ଗତ ଚଞ୍ଚାଡାଗୁଡ଼ା ଗ୍ରାମର ମକର କାଡ୍ରାକାଙ୍କୁ ବିବାହ କରିଥିବା ବେଳେ ସ୍ୱମୀ ବାରମ୍ବାର ସ୍ତ୍ରୀ ଙ୍କୁ ବାରମ୍ବାର ନିର୍ଯାତନା ଦେଇ ଆସୁଥିଲା ହେଲେ ଗତ କାଲି କୌଣସି କାରଣରୁ ସ୍ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥିଲା ଏହି କାରଣ ରୁ ମହିଳା ଙ୍କ ପିତା ତାଙ୍କ ଝିଅ କୁ ହତ୍ୟା କରାଯାଇଥିବା ନେଇ ଥାନା ରେ ଅଭିଯୋଗ କରିଛନ୍ତି। ଘରେ ରଶି ଲଗାଇ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଡାକ୍ତରଙ୍କୁ ଅନୁ ବ୍ରେକବାଡା ଅସୁସ୍ଥ ଥିବା ଦର୍ଶାଇବା ଏ ସମସ୍ତ ପାରିପାର୍ଶ୍ଵିକ ଘଟଣାକୁ ଦୃଷ୍ଟିରେ ରଖି ନିଜେ ସ୍ଵାମୀ ମକର ସ୍ତ୍ରୀ କୁ ହତ୍ୟା କରିଦେଇଥିବା ଅନୁର ପିତା ଅଭିଯୋଗ କରିଛନ୍ତି। ଘଟଣାରେ ବିଷମ କଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶଵ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ବିଷମ କଟକ ଏସଡିପିଓ ସମେତ ସାଇଣ୍ଟଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି।

admin

About Author

Leave a comment

Your email address will not be published. Required fields are marked *