ନୂଆପାଟଣା ଠାରେ ଧସିଲା ବୈତରଣୀ ନଦୀବନ୍ଧ
ଦଶରଥପୁର, ୭/୭( ସମ୍ବାଦ ଓଡ଼ିଶା ):- ଗତକାଲି ସନ୍ଧ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀର ନିଜାମପୁର ପଞ୍ଚାୟତ ନୂଆପାଟଣା ଠାରେ ନଦୀ ବନ୍ଧ ଧସିଯାଇଥିବା ଦେଖିବାକୁ ମିଳିଛି, କନକ ଟିଭିରେ ଖବର ପ୍ରସାରଣ ହେବା ପରେ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ଦେଖାଇଥିଲେ, ଏଡିଏମ୍ ଶିବାନନ୍ଦ ସ୍ୱାଇଁ, ଜଳସମ୍ପଦ ଏସି ରତ୍ନାକର ଦଳାଇ, ବିଡ଼ିଓ ଆକାଶ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ରଶ୍ମିରଂଜନ ମଲିକ, ଆଇଆଇସି ଜଗଦୀଶ କରଙ୍କ ସମେତ ଜଳସମ୍ପଦ ବିଭାଗ, ଆରଏଣ୍ଡବି ବିଭାଗ ଅଧିକାରୀମାନେ ଉପସ୍ଥିତି ରହି ବନ୍ୟା ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଥିଲେ, ନଦୀ ସ୍ରୋତରେ ବାଉଁଶ ଗୋଛା, ଲୁହା ବୁମ, ବାଲି ବସ୍ତା ପକାଯାଇଥିଲା, ମାତ୍ର କିଛି ମାତ୍ରାରେ ଏହା ବନ୍ଧ ଭାଙ୍ଗିବାରେ ସହାୟକ ହୋଇଥିଲା, ଆଜି ସକାଳୁ ବିଭାଗ ପକ୍ଷରୁ ଭୁଟୁଭୁଟି ଲଗାଇ ବଲ୍ଲା ପୋତା ଆରମ୍ଭ ହୋଇଛି, ମାତ୍ର ବିଭାଗୀୟ ଅଧିକାରୀଙ୍କ କହିବା କଥା ଯାଜପୁର ନୂଆପାଟଣା ଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁରକୁ ପୋଲ ମାଧ୍ୟମରେ ସଂଯୋଗ ଛାଲିଥିଲା, ଏଣୁ ଆରଏଣ୍ଡବି ବିଭାଗ ପକ୍ଷରୁ ବୈତରଣୀ ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ ଚାଲିଥିଲା, ନଦୀରେ ହଟାତ ଜଳସ୍ତର ବୃଦ୍ଧିପାଇବାରୁ ଅସ୍ଥାୟୀ ରାସ୍ତାରେ ବନ୍ୟା ଜଳ ମାଡ଼ ହୋଇ ବନ୍ଧ ଉପରେ ମାଡ଼ ହେବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା, ବନ୍ୟା ପୂର୍ବରୁ ଏଥିପାଇଁ ଜଳସମ୍ପଦ ବିଭାଗ ଅସ୍ଥାୟୀ ରାସ୍ତା ହଟାଇଦେବାକୁ ୪ ଥର ଚିଠି ଲେଖାଯାଇଥିବା ଏସଡିଓ ଅନ୍ତର୍ଯ୍ୟାମୀ ମହାନ୍ତି ସୂଚନା ଦେଇଛନ୍ତି।