Sambad Odisha

ରାଜ୍ୟ ଶିକ୍ଷା

ନିଶୁଳ୍କରେ ୧୭ ବର୍ଷ ଯାଏଁ ପିଲାଙ୍କ ଆଧାର ନୂଆ କରିବା ଅପେକ୍ଷାରେ ଜନତା

ନିଶୁଳ୍କରେ ୧୭ ବର୍ଷ ଯାଏଁ ପିଲାଙ୍କ ଆଧାର ନୂଆ କରିବା ଅପେକ୍ଷାରେ ଜନତା

* କାର୍ଯ୍ୟକ୍ରମକୁ ସପ୍ତାହ ମଧ୍ୟରେ ତ୍ଵରାନିତ କରାଯିବ: ଡିଇଜିଏମ

* ଜିଏସଟି କମିଥିବାବେଳେ ଆଧାର ନୂଆ ଓ ସଂଶୋଧନ ମୂଲ୍ୟ ବୃଦ୍ଧିକୁ ନାପସନ୍ଦ

* ଅକ୍ଟୋବର ୧ ରୁ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାବେଳେ ସପ୍ଟୱାର ଅପଡେଟକୁ ନେଇ ସନ୍ଦେହ

ଖୋର୍ଦ୍ଧା,୮/୧୦:(ସମ୍ବାଦ ଓଡ଼ିଶା): ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁ. ଆଇ. ଡି .ଏ .ଆଇ) ଏକ ଲୋକାଭିମୁଖୀ ପଦକ୍ଷେପ କୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ୫ ବର୍ଷ ରୁ କମ ପିଲା ମାନେ ପିଲାଙ୍କ ଫଟୋ , ନାମ , ଜନ୍ମ ତାରିଖ , ଲିଙ୍ଗ , ଜନ୍ମ ତାରିଖ , ଠିକଣା ଏବଂ ଜନ୍ମ ପ୍ରମାଣପତ୍ର ଦେଇ ଆଧାର ପଞ୍ଜିକରଣ କରିବାର ବ୍ୟବସ୍ଥା ରଖା ଯାଇଛି । ଆଧାର ଏକ ନିହାତି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯାହାକି ପ୍ରତ୍ୟେକ କାର୍ଯ୍ୟ ରେ ତଥା ସ୍କୁଲ ନାମ ଲେଖା, ପ୍ରବେଶିକା ପରୀକ୍ଷା , ଛାତ୍ରବୃତ୍ତି ଲାଭ , ଡି ବି ଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ) ଯୋଜନା ପାଇବାରେ ଆଧାର ର ସୁଗମ ବ୍ୟବହାର ସୁନିଶ୍ଚିତ କରିଥାଏ। (୦-୫ ) ବର୍ଷ ର ପିଁଲାଙ୍କର ଆଧାର ନୂଆ କରିବା ପାଇଁ ୭୫ ଟଙ୍କା ଥିବା ବେଳେ ବର୍ତମାନ ୟୁ. ଆଇ. ଡି. ଏ. ଆଇ ବିଭାଗ ତରଫରୁ ନିଶୁଳ୍କ କରାଯାଇଅଛି । ୫ ବର୍ଷ ରୁ ଅଧିକ ୧୭ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତି ମାନଙ୍କର ଆଧାର ଜେନେରସନ ପାଇଁ ୧୨୫ ଟଙ୍କା ଥିବା ବେଳେ ବର୍ତମାନ ନିଶୁଳ୍କ କରାଯାଇଅଛି। ୫-୭ ବର୍ଷ ଏବଂ ୧୫ ଠାରୁ ୧୭ ବର୍ଷ ବ୍ୟକ୍ତି ଙ୍କ ବିଓମେଟ୍ରିକ ଅପଡେଟ ନିଶୁଳ୍କ ଥିବା ବେଳେ ୭-୧୫ ବର୍ଷ ଏବଂ ୧୭ ବର୍ଷ ରୁ ଅଧିକ ବ୍ୟକ୍ତି ଙ୍କ ପାଇଁ ୧୨୫ ଟଙ୍କା ଦେଇ ଆଧାର ବୋଇମେଟ୍ରିକ ଅପଡେଟ କରି ପାରିବେ ଏବଂ ଯଦି ଖାଲି ରହୁଥିବା ସ୍ଥାନ ବା ଠିକଣା ଅପଡେଟ କରିବାକୁ ଚାହୁଁ ଅଛନ୍ତି ତାହେଲେ କେବଳ ୭୫ ଟଙ୍କା ଦେବା ପାଇଁ ତା ୧୯ ସେପ୍ଟେମ୍ବର ୨୦୨୫ ତାରିଖ ରେ ଜଣାଇ ଦିଆଯାଇଛି ଯାହାକି ତା ୦୧.୧୦.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ୩୦.୦୯.୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପାଳ ଖୋର୍ଦ୍ଧା ଚିଠି ନମ୍ୱର – ୧୫୮୪୨ ତା ୦୪.୦୯.୨୦୨୫ ରିଖ ରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ମାନଙ୍କୁ ଆଧାର କ୍ୟାମ୍ପ ମଧ୍ୟମରେ ୦-୫ ବର୍ଷ ଏବଂ ୬-୧୮ ବର୍ଷ ପିଲାଙ୍କର ଆଧାର ନୂଆ କରିବା ଏବଂ ଆଧାର ଅପଡେଟ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି । କୌଣସି ପିଲା ଯେମିତି କେହି ରହି ନ ଯାଆନ୍ତି ଏବଂ ସ୍କୁଲ , ଅଙ୍ଗନୱାଡ଼ି , ସ୍ବାସ୍ଥ୍ୟ ସେଣ୍ଟର ମାନଙ୍କରେ ଆଧାର କ୍ୟାମ୍ପ କରିବା ପାଇଁ ଜିଲ୍ଲାପାଳ ଖୋର୍ଦ୍ଧା ଆଦେଶ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ର ୨୫ ଜଣ ଙ୍କୁ ଆଧାର କାମ କରିବା ପାଇଁ ଆଇ ଡି ପ୍ରଦାନ କରାଯାଇଛି । ଟାଙ୍ଗୀ ବ୍ଲକ ର ଲକ୍ଷ୍ମଣ ମୁଦୁଲି, ସୁରେନ୍ଦ୍ରନାଥ ସାହୁ, ଶିବବ୍ରତ ସାହୁ , ବିପିନ ବିହାରୀ ସାହୁ , ବାଣପୁର ବ୍ଲକ୍ର ଟିକିଶ୍ୟାମ ବେହେରା , ବର୍ଷା ଚମ୍ପତୀ, ପଞ୍ଚାନନ ବାରିକ , ଖୋର୍ଦ୍ଧା ବ୍ଲକ ର ଭାସ୍କର ଚନ୍ଦ୍ର ପରିଡା , ବିକାଶ ମହାପାତ୍ର , ଜଗଜିତ ଜନ୍ମେଜୟ ନାୟକ, ବୋଲଗଡ଼ ବ୍ଲକ୍ ର ପିଙ୍କନ ମହାପାତ୍ର , ଦିଲ୍ଲୀପ ହରିଚନ୍ଦନ , କାହୁଁ ଚରଣ ସାମନ୍ତରାୟ , ଆଶିସ କୁମାର ଲେଙ୍କା , ବେଗୁନିଆ ବ୍ଲକ୍ ର ସମୀର କୁମାର ବିଶ୍ଵାଳ , କଳ୍ପିତ ବେହେରା , କିଶନ ଚନ୍ଦ୍ର ଦାସ , ରମେଶ ଚନ୍ଦ୍ର ବିଶ୍ବାଳ , ଚିଲିକା ବ୍ଲକ୍ ର ଶ୍ରୀହର୍ଷ ସାହୁ , ରଶ୍ମିତା ବେହେରା , ଶକ୍ତି କୁମାର ନାୟକ , ଅର୍ପିତା ପଟ୍ଟନାୟକ ଇତ୍ୟାଦି ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ପୂର୍ବରୁ ଜନ ସେବା କେନ୍ଦ୍ର ହେଉ ବା ମୋ ସେବା କେନ୍ଦ୍ର ର ଦୋକାନୀ ମାନେ ଆଧାର ନୂଆ ହେଉ ବା ଅପଡେଟ୍ ପାଇଁ କୋଉଠି ୨୫୦ ରୁ ୩୦୦ ଟଂକା ପର୍ଯ୍ୟନ୍ତ ନେଉଥିବାର ଅଭିଯୋଗ ଆସୁଛି ଯାହାକି ସୁଭଦ୍ରା ଅନଲାଇନ ଏଣ୍ଟ୍ରି ବେଳେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ନିଶୁଳ୍କ ରେ ୦-୧୭ ବର୍ଷ ପର୍ଯ୍ୟନ୍ତ ପାଇଁ ନିଶୁଳ୍କ ହୋଇଥିବାରୁ ଏଥିରେ ଅନେକ ଲୋକ ଉପକୃତ ହେବେ ବୋଲି ଜିଲ୍ଲା ରେ ଆଲୋଚନା ହେଉଅଛି। କିନ୍ତୁ ଜିଲ୍ଲାରେ କେଉଁ ବିଦ୍ୟାଳୟରେ କେବେ କେଉଁଠି କ୍ୟାମ୍ପ କରାଯିବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ଡିଇଜିଏମ ମାନସ ମୋହନ ବ୍ରହ୍ମାଙ୍କୁ ପଚାରିବାରୁ ସେ କହିଲେ ଏ ନେଇ ତୁରନ୍ତ ପଦକ୍ଷେପ ନେଇ ଆସନ୍ତା ସପ୍ତାହେ ମଧ୍ୟରେ ଆଇଡି ପାଇଥିବା ବ୍ୟକ୍ତି ମାନଙ୍କୁ ଡାକି ମିଟିଂ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ କ୍ୟାମ୍ପ କରିବା ପାଇଁ ବିଦ୍ୟାଳୟ ଲିଷ୍ଟ ଦେବାକୁ କହିବେ ବୋଲି କହିଥିଲେ। ଅକ୍ଟୋବର ୧ ରୁ ନିଶୁଳ୍କ ବ୍ୟବସ୍ଥା କରିବାକୁ ଚିଠି ହୋଇଥିବାବେଳେ ଏ ପର୍ଯ୍ୟନ୍ତ ସଠିକ୍ ସମ୍ପୁର୍ଣ୍ଣ ଭାବେ ସପ୍ଟୱେର ଅପଡେଟ ହୋଇ ନାହିଁ ବୋଲି କିଛି ଆଇଡି ଧାରୀଙ୍କ ଠାରୁ ଜଣାପଡିଛି। ତେଣୁ ସେମାନେ ବିଭିନ୍ନ ପ୍ରଶ୍ନବାଚୀ ଶିକାର ହେଉଛନ୍ତି। କେନ୍ଦ୍ର ସରକାର ଦୈନଦିନ ଆଧାର ଅପଡେଟ ରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ଏବେ ଜିଏସଟି କମାଇ ଆଧାର ଅପଡେଟ ରେ ମୂଲ୍ୟ ବୃଦ୍ଧି କରିଥିବାରୁ ସାଧାରଣରେ ନାପସନ୍ଦ କରାଯାଇଛି।

 

admin

About Author

Leave a comment

Your email address will not be published. Required fields are marked *