Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ନିରାକାରପୁର ସାଇ ମନ୍ଦିରରେ ଗୁରୁ ପୂର୍ଣିମା ଉତ୍ସବ ଆରମ୍ଭ

ନିରାକାରପୁର ସାଇ ମନ୍ଦିରରେ ଗୁରୁ ପୂର୍ଣିମା ଉତ୍ସବ ଆରମ୍ଭ

ନିରାକାରପୁର,୮/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ):-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାଇ ପରିବାର ପକ୍ଷରୁ ଗୁରୁପୂର୍ଣିମା ଉତ୍ସବ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ କି ଜୁଲାଇ ୮ ତାରିଖରୁ ଜୁଲାଇ ୧୦ ତାରିଖ ପର୍ୟ୍ୟନ୍ତ ୩ ଦିନ ବ୍ୟାପୀ ସାଇ ମନ୍ଦିର ପ୍ରାଙ୍ଗଣରେ ଗୁରୁ ପୂର୍ଣ୍ଣମ। ଉତ୍ସବ ଅବସରରେ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି।ଏହି ଅବସରରେ ଆଜି ପ୍ରଥମ ଦିବସରେ ସଂକଳ୍ପ ଧାରୀ ମହିଳା ପୁରୁଷ ମାନେ ନିକଟସ୍ଥ ମଲାଗୁଣୀ ନଦୀରୁ ଜଳ ଆଣି ବିରାଟ କଳସ ଯାତ୍ରାରେ ଆସି ପହଞ୍ଚିବା ପରେ ଘଟ ସ୍ଥାପନ ହୋଇଥିଲା। ପରେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା କାଲି ସାଇନାଥଙ୍କ ଏକ ବିରାଟ ନଗର ପରିକ୍ରମା କରାଯିବ। ୩ ଦିନ ବ୍ୟାପୀ ଉକ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମ ରେ ଦୈନଦିନ ଶହ ଶହ ସାଇ ଙ୍କ ଶ୍ରଦ୍ଧାଳୁମାନେ ଆସି ସାଇ ଙ୍କ କୃପା ଲାଭ କରୁଛନ୍ତି। ଶେଷରେ ୧୦ ତାରିଖରେ ପୂର୍ଣ୍ଣାହୁତି , ପ୍ରସାଦ ସେବନ ଅନୁଷ୍ଠିତ ହେବ। ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।

admin

About Author

Leave a comment

Your email address will not be published. Required fields are marked *