Sambad Odisha

ରାଜ୍ୟ

ନିରାକାରପୁର: ବିରୋଧ କମ ଉତ୍ସାହ ଅଧିକ, ସ୍ଵତଃ ସଫଳ କଲେ ବନ୍ଦ ଡାକରା 

ନିରାକାରପୁର: ବିରୋଧ କମ ଉତ୍ସାହ ଅଧିକ, ସ୍ଵତଃ ସଫଳ କଲେ ବନ୍ଦ ଡାକରା 

ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ

ନିରାକାରପୁର, ୧୭/୭(ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡ଼ସିଂହ): ବାଲେଶ୍ଵର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ ଓ ରାଜ୍ୟରେ ନାରୀ ସୁରକ୍ଷା ବିପଦରେ ପଡ଼ି ଥିବା , ଆଇନ ଶୃଙ୍ଖଳା ପରିସ୍ଥିତି ବାଟବଣା ହୋଇଥିବା ବିରୋଧରେ ଆଜି ଓଡ଼ିଶାରେ କଂଗ୍ରେସ ସମେତ ଅନ୍ୟ ୭ ଟି ସରକାରୀ ବିରୋଧୀ ଦଳମାନେ ଏକାଠି ହୋଇ ସକାଳ ୬ ଠାରୁ ସନ୍ଧ୍ୟା ୬ ଟା ୧୨ ଘଣ୍ଟା ବନ୍ଦ ଡାକରା ଖୋର୍ଦ୍ଧା ଜିଲ୍ଲା ନିରାକାରପୁର, ଜଙ୍କିଆ ଓ ତାର ପାଖାପାଖି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀ ବନ୍ଦ କରିବା ପାଇଁ ନିବେଦନ କରିବା ପୂର୍ବରୁ ପ୍ରାୟେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ନିରାକାରପୁର ରେଳ ଷ୍ଟେସନ ନିକଟରୁ ସିପିଆଇ ଏମ୍ ଦଳ ପକ୍ଷରୁ ଯୁବ ନେତା ଵିଧୁ ଭୁଷଣ ମହାରଣାଙ୍କ ନେତୃତ୍ୱରେ ଏକାଧିକ ବାମପନ୍ଥୀ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଅଂଚଳରେ ନାରୀ ସୁରକ୍ଷା ଓ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ସରକାର ବିରୋଧୀ ନାରାବାଜି ଦେଇ ସମସ୍ତଙ୍କୁ ଦୋକାନ, ବଜାର ଓ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିବେଦନ କରିଥିଲେ। କିଛି ଖୋଲା ଥିବା ବ୍ୟାଙ୍କ, ଡାକଘର କୁ ସେମାନେ ବନ୍ଦ କରିଦେଇଥିଲେ । ସେହିପରି ରାମେଶ୍ବର ଛକ ଓ ଜଙ୍କିଆ ଅଂଚଳରେ କଂଗ୍ରେସ ନେତା ବିଶ୍ବଭୂଷଣ ଛୋଟରାୟଙ୍କ ନେତୃତ୍ୱରେ ଦୋକାନ , ବଜାର , ବିଭିନ୍ନ ସରକାରୀ , ବେସରକାରୀ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା। ୧୬ ନଂ ଜାତୀୟ ରାଜପଥ ରେ କିଛି ଜରୁରୀ କାଳୀନ ଯାନବାହାନ ଚଳାଚଳ କରୁଥିବାବେଳେ ଅନ୍ୟ ସବୁ ବନ୍ଦ ଥିବାର ଦେଖିବାକୁ ମିଳିଥିଲା। ଲୋକେ ସ୍ଵତଃ ଏହି ବନ୍ଦ ପାଳନରେ ସାମିଲ ହୋଇଥିବାର ଲକ୍ଷ୍ୟ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ନିରାକାରପୁର ପୋଲିସ ଆଇଆଇସି ବିଶ୍ୱଜିତ୍ ରାଉତରାୟ ଓ ଜଙ୍କିଆ ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ପୋଲିସ ବାହିନୀ ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବା ର ଦେଖିବାକୁ ମିଳିଥିଲା।

admin

About Author

Leave a comment

Your email address will not be published. Required fields are marked *