Sambad Odisha

ରାଜ୍ୟ

ଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

ଖୋର୍ଦ୍ଧା,୧୮/୧୦(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ): ଆଜି ଏମ୍ସ ହସ୍ପିଟାଲରେ ପ୍ରତାପ କୁମାର ଦାସଙ୍କ ଧର୍ମପତ୍ନୀ ସସ୍ମିତା ବିଶ୍ବାଳଙ୍କର ବିୟୋଗ ହୋଇଯାଇଛି। ମୃତ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା।ତାଙ୍କର ଘର ବାଙ୍କୀ ଗୋପାଳପୁର ହୋଇଥିଲେ ବି ସେ ଦୀର୍ଘ ବର୍ଷ ଧରି ଖୋର୍ଦ୍ଧା ଅଞ୍ଚଳ ରେ ରହି ଆସୁଥିଲେ। ସେ ଜଣେ ଭଦ୍ର, ମେଳାପି, ଧର୍ମପରାୟଣା ଓ ସରଳ ବିଶ୍ୱାସୀ ମହିଳା ଥିଲେ।  କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ରହିଥିଲା। ଗତକାଲି ତାଙ୍କର ରାତିରେ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ବିୟୋଗରେ ଖୋର୍ଦ୍ଧା ଓ ତାଙ୍କ ବାସସ୍ଥାନ ବାଙ୍କୀ ଗୋପାଳପୁର ରେ ଶୋକ ଛାୟା ଖେଳିଯାଇଛି। ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାକୁ ନେଇ ଗ୍ରାମ୍ୟ ଶ୍ମଶାନରେ ସତ୍କାର କରାଯାଉଥିଲା। ଏକ ମାତ୍ର ପୁତ୍ର ସାଇ କ୍ରିଷ୍ଣା ଦାସ ମୁଖା ଅଗ୍ନି ଦେଇଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।

admin

About Author

Leave a comment

Your email address will not be published. Required fields are marked *