Sambad Odisha

ରାଜ୍ୟ ସ୍ପେଶାଲ

ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରର ବାର୍ଷିକ ଉତ୍ସବ  ନିଶା ମୁକ୍ତ ସମାଜ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରର ବାର୍ଷିକ ଉତ୍ସବ 

ନିଶା ମୁକ୍ତ ସମାଜ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ

ନିରାକାରପୁର,୨୧/୧୦(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ଟ୍ରୁ ଲାଇଫ ନିଶା ନିବାରଣ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ମୁଖ୍ୟ ସୌମ୍ୟଶ୍ରୀ ପ୍ରିୟଦର୍ଶନ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଶା ବର୍ତ୍ତମାନର ସମାଜକୁ କବଳିତ କରି ରଖିଥିବାରୁ ଆଜିର ଯୁବ ସମାଜ ପଥଭ୍ରଷ୍ଟ ହୋଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ତେଣୁ ନିଶାମୁକ୍ତ ସମାଜ ଗଢ଼ିବା ପାଇଁ ସମସ୍ତ ଙ୍କ ସହଯୋଗ ର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତଭାବେ ସମସେବିକା ତଥା ସାହିତ୍ୟିକ ଡ ସୁନୀତା ମୁଣ୍ଡ ଓ ସମ୍ମାନୀତ ଅତିଥି ଭାବେ ଯୁବ ସମାଜସେବୀ ଶୁଭମ ଦାଶ ଉପସ୍ଥିତ ରହି ସମାଜ କଲ୍ୟାଣ ପାଇଁ କାର୍ଯ୍ୟ କରିଥିବା ଟ୍ରୁ ଲାଇଫ ଉନ୍ନତି କାମନା କରିଥିଲେ। ଶେଷରେ ରୋଜାଲିନ ସୌମ୍ୟ କର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସରରେ ଚିନ୍ମୟ ମହାପାତ୍ର, ସୌମ୍ୟ ମହାପାତ୍ର, ପ୍ରଳୟ ରଶ୍ମି ପରିଡା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଗଣେଶ ନାୟକ,ଧନେଶ୍ଵର ପ୍ରଧାନ, ରାଘବ ସ୍ୱାଇଁ ଓ ଅନ୍ତେବାସୀ ମାନେ ସହଯୋଗ କରିଥିଲେ।

admin

About Author

Leave a comment

Your email address will not be published. Required fields are marked *