Sambad Odisha

ରାଜ୍ୟ

ଟ୍ରକ ଧକ୍କାରେ ବାଇକ ଆରୋହୀ ଯୁବକ ଗୁରୁତର କ୍ଷତି ପୂରଣ ପାଇଁ ନୂଆ ଜଗନ୍ନାଥ ସଡକ ଅବରୋଧ

ଟ୍ରକ ଧକ୍କାରେ ବାଇକ ଆରୋହୀ ଯୁବକ ଗୁରୁତର

କ୍ଷତି ପୂରଣ ପାଇଁ ନୂଆ ଜଗନ୍ନାଥ ସଡକ ଅବରୋଧ

ନିରାକାରପୁର,୨୭/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଲେଣ୍ଡୁ ଛକରେ ଅପରାହ୍ନ ୫ ଟା ବେଳେ ଏକ ବାଇକ କୁ ଏକ ଟ୍ରକ ଧକ୍କା ଦେବାରୁ ବାଇକ ଆରୋହୀ ଯୁବକ ଗୁରୁତର ହୋଇ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ମାନେ ଲେଣ୍ଡୁ ଛକରେ ସନ୍ଧ୍ୟା ୭ଟା ଠାରୁ ଟାୟାର ଜାଳି ନୂଆ ଜଗନ୍ନାଥ ସଡକ ରିପୋର୍ଟ ଲେଖା ପର୍ଯ୍ୟନ୍ତ ଅବରୋଧ କରାଯାଇଥିବା ଜଣାପଡିଛି। ପ୍ରକାଶ ଥାଉ କି ଆଜି ଅପରାହ୍ନ ସମୟରେ ଲେଣ୍ଡୁ ହନୁମାନ ସାହିର ପ୍ରଶାନ୍ତ କୁମାର ସାହୁ (୨୬) ଏକ ବାଇକ ଯୋଗେ ନିରାକାରପୁର ରୁ ବଜାର କାମ ସାରି ଘରକୁ ଫେରୁ ଥିବାବେଳେ ପୁରୀ ଆଡୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା।ଉକ୍ତ ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇପଡ଼ିଥିଲେ। ତାର ଡାହାଣ ଗୋଡ ଉପରେ ଗାଡି ଚକା ଚଢିବା ଯୋଗୁ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ଥାନାରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଅଟକ ରଖାଯାଇଥିବାବେଳେ ଗ୍ରାମବାସୀମାନେ ଟାୟାର ଜାଳି ନୂଆ ଜଗନ୍ନାଥ ସଡକ ଅବରୋଧ କରି କ୍ଷତି ପୂରଣ ଦେବାକୁ ଅଡି ବସି ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସହିତ ରେଡକ୍ରସ ରୁ କିଛି ଅର୍ଥ ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ବି ଜିଲ୍ଲାସ୍ତରୀୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସିବାକୁ ଉତ୍ୟକ୍ତ ଗ୍ରାମବାସୀ ରିପୋର୍ଟ ଲେଖା ପର୍ଯ୍ୟନ୍ତ ଅବରୋଧ ଜାରି ବସିରହିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା।ପୁରୀ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ।

admin

About Author

Leave a comment

Your email address will not be published. Required fields are marked *