ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦୁର୍ଘଟଣା । ଟ୍ରକକୁ ଏକ ଯାତ୍ରୀବାହି ବସ୍ ପଛପଟୁ ପିଟିବା ଫଳରେ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖଲ୍ଲିଖୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଆଜି ସକାଳେ ବାଲୁଙ୍କେଶ୍ଵର ନାମକ ଏକ ଯାତ୍ରୀବାହୀ ବସ୍ ଟି ଭୁବନେଶ୍ବରରୁ ଆସିକା ଯାଉଥିବା ସମୟରେ ଏନଏଚ୍ ୧୬ ଲଙ୍ଗଳେଶ୍ବର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର୍ ଫେରାର ଥିବା ଜଣାପଡିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।