Sambad Odisha

ରାଜନୀତି ରାଜ୍ୟ

ଟାଙ୍ଗି ରେ କଂଗ୍ରେସ ଓ ସି ପି ଆଇ ଏମ୍ ପକ୍ଷରୁ ମିଳିତ ବନ୍ଦ ଡାକରା ସଫଳ

ଟାଙ୍ଗି ରେ କଂଗ୍ରେସ ଓ ସି ପି ଆଇ ଏମ୍ ପକ୍ଷରୁ ମିଳିତ ବନ୍ଦ ଡାକରା ସଫଳ

ଖୋର୍ଦ୍ଧା,୧୭/୭(ସମ୍ବାଦ ଓଡ଼ିଶା ): ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜ୍ୟ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବାକୁ ମିଳିଛି।ଟାଙ୍ଗିବ୍ଲକ କଂଗ୍ରେସ ପକ୍ଷରୁ ଟାଙ୍ଗୀ ବଳରାମ ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରା ବାହାରି ଟାଙ୍ଗୀ ସହର ପରିକ୍ରମା କରିଥିଲେ।ଟାଙ୍ଗୀ ସହର ପରିକ୍ରମା କରୀ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ।ଏହା ସହ ଟାଙ୍ଗୀ ଥାନା ଠାରେ ରାସ୍ତା ବନ୍ଦ କରି ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ରେ କଂଗ୍ରେସ ସହ ବାମ ଦଳ ର କର୍ମୀ ସାମିଲ ହୋଇ ବନ୍ଦପାଳନ କରିଥିଲେ।ଏହି ବନ୍ଦ ପାଳନ ଫଳରେ ଟାଙ୍ଗୀରେ ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ତେବେ ଟାଙ୍ଗୀରେ ଥିବା କୃଷି କାର୍ଯ୍ୟାଳୟ ଖୋଲା ରହି ଥିବାରୁ ଆନ୍ଦୋଳନ କାରୀ ମାନେ ଅଫିସ କୁ ଧଷେଇ ପଶି ବନ୍ଦ କରିବାକୁ ଚେଷ୍ଟା କରିଥିଲେ।ଏହା ଫଳରେ ଅଫିସ କର୍ମଚାରୀଙ୍କ ସହ ଆନ୍ଦୋଳନ କାରୀ ଙ୍କ ର ଉଚ୍ଚବାଚ ହୋଇଥିଲା।ପରେ କୃଷି କାର୍ଯ୍ୟାଳୟ ବନ୍ଦ ହେବାରୁ ଆନ୍ଦୋଳନ କାରୀ ମାନେ ସେଠାରୁ ହଟିଥିଲେ।ଏହା ପରେ ତହସିଲ, ବ୍ଲକ ଓ ବିଭିନ୍ନ ବ୍ୟାଙ୍କ ବନ୍ଦ କରିଥିଲେ ଆନ୍ଦୋଳନ କାରୀ।ଫଳରେ ଟାଙ୍ଗୀ ଅଂଚଳ ରେ ବନ୍ଦ ଶାନ୍ତିପୂର୍ଣ ଭାବେ ସଫଳ ହୋଇଛି ବୋଲି କହିଛି କଂଗ୍ରେସ।ଏହି ଆନ୍ଦୋଳନ ରେ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ କୁମାର ରାଉତରାୟ,ଜିଲ୍ଲା ଉପ ସଭାପତି ବିଶ୍ୱ ଭୂଷଣ ଛୋଟରାୟ,ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ, ଟାଙ୍ଗୀ ପଂଚାୟତ ସଭାପତି ବାସୁଦେବ ବିଶ୍ୱାଳ,କଂଗ୍ରେସ ନେତା ପୁର୍ଣଚନ୍ଦ୍ର ଜେନା,ବେଣୁଧର ରାଉତ,ବିଶ୍ୱଜିତ ରାଉତରାୟ, ସାଜିଦ ଖାଁ,ସିପିଏମ ନେତା ଗିରିଶ ଚନ୍ଦ୍ର ମହାରଣା, ବ୍ରଜବନ୍ଧୁ ଜେନା, ହୃଷିକେଶ ପଲାଇ,ଦିଲିପ କୁମାର ସେଠି ଓ ଜିତେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ସମେତ ଶତାଧିକ କର୍ମୀ ସାମିଲ ହୋଇ ଆନ୍ଦୋଳନ କୁ ଜୋରଦାର କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ ଥିଲେ।

admin

About Author

Leave a comment

Your email address will not be published. Required fields are marked *