Sambad Odisha

ଦେଶ ବିଦେଶ ନିଯୁକ୍ତି ରାଜ୍ୟ ସ୍ପେଶାଲ

ଜିଲ୍ଲାରେ ଧିମାଇଛି  ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା 

ଜିଲ୍ଲାରେ ଧୂମାଇଛି  ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ଖୋର୍ଦ୍ଧା, ୯/୧୦( ସମ୍ବାଦ ଓଡ଼ିଶା )ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ଗାଁ ରହୁଥିବା ଜବ କାର୍ଡ ଧାରୀ ମାନେ ବର୍ଷ କୁ ୧୦୦ ଦିନ କାର୍ଯ୍ୟ କରିବାର ସୁବିଧା ଅଛି । ଦାଦନ ବିରୋଧରେ ବା ଦାଦନ କୁ ହଟାଇବା ଉଦ୍ଦେଶ୍ୟ ରେ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କ ଏହା ଏକ *ବ୍ରହ୍ମସ୍ତ୍ର* ବୋଲି କୁହାଯାଏ ।ଖୋର୍ଦ୍ଧା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା* ଏଠାରେ ସମସ୍ତ ଲୋକେ କୃଷି ଏବଂ ଦୈନିକ ମଜୁରୀ ଉପରେ ନିର୍ଭର କରନ୍ତି ।ଗ୍ରାମ ରେ ରହୁଥିବା ଲୋକେ କୁଆଡେ ନ ଯାଇ ଜବ କାର୍ଡ ଟିଏ ଥିଲେ ନିଜ ଗାଁ ପୋଖରୀ , ମାଟି ରାସ୍ତା , ଟ୍ରେଞ୍ଚ , ଗଛ ଲଗାଇବା , କୂଅ ଖୋଲିବା ଇତ୍ୟାଦି କାର୍ଯ୍ୟ କରି ପାରିବ । ୨୦୨୫-୨୬ ବର୍ଷ ପାଇଁ ଦୈନିକ ମଜୁରୀ ୨୭୩ ଟଙ୍କା ରଖା ଯାଇଛି ।ଖୋର୍ଦ୍ଧା ଜିଲ୍ଲା ର ୧୦ ଟି ବ୍ଲକ ଅଛି ଏବଂ ୧୯୦ ଟି ପଞ୍ଚାୟତ ଅଛି । ଖୋର୍ଦ୍ଧା ଜିଲ୍ଲା ରେ ୧.୩୦ ଲକ୍ଷ ଜବ କାର୍ଡ ଧାରୀ ଅଛନ୍ତି ସେଥିରୁ ୨.୧୫ ଲକ୍ଷ ଶ୍ରମିକ ଅଛନ୍ତି । ୨୦୨୪-୨୫ ବର୍ଷ ପାଇଁ ୧୪.୯୮ ଲକ୍ଷ ମ୍ୟାନ ଡେଜ୍ ବଜେଟ ସ୍ଥିର କରିଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷ ରେ ୧୧.୦୨ ଲକ୍ଷ ମ୍ୟାନ ଡେଜ୍ ବାର୍ଷିକ ବଜେଟ ସ୍ଥିର କରାଯାଇଛି ଯାହାକି ରିପୋର୍ଟ ତା ୦୮.୧୦.୨୦୨୫ ରୁ ଜଣା ପଡିଛି ।  ୨୦୨୨-୨୩ ବର୍ଷ ରେ ୬୦୧୯.୭୨ ଲକ୍ଷ ଖର୍ଚ୍ଚ ବା ଜବ କାର୍ଡ ଧାରୀ ମାନେ କାମ ପାଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ରେ ୫୬୯୯.୭୭ , ୨୦୨୪-୨୫ ବର୍ଷ ରେ ୩୭୭୯.୯୫ ଲକ୍ଷ ଖର୍ଚ୍ଚ ହୋଇଛି ।କିନ୍ତୁ ବର୍ତ୍ତମାନ ସୁଦ୍ଧା ୨୦୨୫-୨୬ ଆର୍ଥିକ ବର୍ଷ ରେ  ତା ୦୮.୧୦.୨୦୨୫ ରିଖ ସୁଦ୍ଧା ୧୬୨୯.୫୬ ଲକ୍ଷ ଟାର୍ଗେଟ ୱେଜ୍ ଏବଂ ମ୍ୟାଟରିଆଲ ମିଶି ଖର୍ଚ୍ଚ ହୋଇଛି ।ଯାହାକି ଦର୍ଶାଉଛି ଦିନକୁ ଦିନ ମନରେଗା ସ୍କୀମ ରେ ଲୋକ ଙ୍କୁ କାର୍ଯ୍ୟ ଦେବାରେ ଜିଲ୍ଲା ପ୍ରଶାସନ ପଚାଇଛି  କି ଲୋକେ ଏଥିପ୍ରତି ଅନାଗ୍ରହ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ରେ ବର୍ତ୍ତମାନ ରିପୋର୍ଟ ଅନୁସାରେ ୯୦୨୫ ଟି ପ୍ରୋଜେକ୍ଟ କାର୍ଯ୍ୟ ଚାଲୁ ରହିଛି ଏବଂ ୧୭୩୭୭ ପ୍ରୋଜେକ୍ଟ ମଞ୍ଜୁର ହେଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । ଟାଙ୍ଗୀ ବ୍ଲକ ରେ ୧୦୭୧ ଟି ପ୍ରୋଜେକ୍ଟ ଚାଲୁ ରହିଥିବା ବେଳେ ୨୨୭୮ ଟି ପ୍ରୋଜେକ୍ଟ ଆର୍ଥିକ ମଞ୍ଜୁର ହେଲା ପରେ ମଧ୍ୟ କାମ ଆରମ୍ଭ ହୋଇ ପାରି ନାହିଁ ।ନରେଗା କାର୍ଯ୍ୟ ଗୁଡ଼ିକ ପଞ୍ଚାୟତ ଏବଂ ସମିତି ଲେଭେଲ୍ ରେ ଆର୍ଥିକ ମଞ୍ଜୁର ହୋଇଥାଏ ପଞ୍ଚାୟତ ଲିଭେଲ ରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଡିଜିଟାଲ ଦସ୍ତଖତ ରେ ପେମେଣ୍ଟ କାରାଯାଇଥାଏ। ସମିତି ଲେବେଲ ରେ ପଞ୍ଚାୟତ ସମିତି ଚେୟାରମେନ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କ ଡିଜିଟାଲ ଦସ୍ତଖତ ରେ ପେମେନ୍ଟ କରାଯାଇଥାଏ।୨୦୨୨-୨୩ ରେ ୭୦୧.୫୧ ଲକ୍ଷ ଖର୍ଚ୍ଚ ହୋଇଥବା ବେଳେ ୨୦୨୩-୨୪ ରେ ୫୬୮.୮୬ ଲକ୍ଷ, ୨୦୨୪-୨୫ ବର୍ଷ ରେ ୩୨୧.୭୯ ଲକ୍ଷ, ୨୦୨୫-୨୬ ବର୍ଷ ରେ ତା ୦୮.୧୦.୨୦୨୫ ରିଖ ସୁଦ୍ଧା ୧୮୬.୫୪ ଲକ୍ଷ ଖର୍ଚ୍ଚ ହୋଇଛି ଯାହାକି ଦର୍ଶାଉଛି ଯେ ଟାଙ୍ଗୀ ବ୍ଲକ ନାରେଗା ପଛରେ ପଡିଛି । ଯଦି ଆମେ ପୂର୍ବ ବର୍ଷ କୁ ଦେଖିବା ତାହେଲେ ପୂର୍ବ ବର୍ଷ ତୁଳନାରେ ଏବର୍ଷ ଅଧା ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ପାରିନାହିଁ । ଗାଁ ଗାଁ ରେ କିଭଳି ଏହାକୁ କି ଭଳି ଲୋକାଭିମୁଖୀ କରି ଗ୍ରାମ ପଞ୍ଚାୟତ ଲେବେଲ ରେ ଥିବା ସରପଞ୍ଚ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟ ହେଉଛି ଲୋକ ଙ୍କୁ ବୁଝାଇବା ସହ କାମ ଦେବା କଥା।ଏମିତି ଅନେକ ମଜୁରିଆ କାମ ଅଭାବରୁ ଘରେ ବସି ରହୁଛନ୍ତି ସେମାନଙ୍କୁ କାମ ଯୋଗାଇ ଦେବା ସହ ନୂଆ ନୂଆ ପ୍ରୋଜେକ୍ଟ ଆପ୍ରୁଭ କରିବା ସହ ଆପ୍ରୁଭ ହୋଇ କାମ ଆରମ୍ଭ ହୋଇ ପାରୁନଥିବା ପ୍ରୋଜେକ୍ଟ ଗୁଡ଼ିକୁ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ବିଷୟରେ ଜଣେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ବିଭିନ୍ନ କାରଣରୁ ମନରେଗା କାର୍ଯ୍ୟ ପଛାଇଛି ବୋଲି କହିବା ସହିତ  ଚଳିତ ବର୍ଷ  ଆଗକୁ ଅଧିକ କାର୍ଯ୍ୟ ହୋଇପାରେ ବୋଲି ଆଶା କରିଛନ୍ତି।

admin

About Author

Leave a comment

Your email address will not be published. Required fields are marked *