Sambad Odisha

ରାଜ୍ୟ

ଛଣଗିରି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଛଣଗିରି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

ଖୋର୍ଦ୍ଧା, ୧୩/୧୦( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଛଣଗିରି ପଞ୍ଚାୟତରେ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ଟି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୨୪ ଟି ସାଧାରଣ ଅଭିଯୋଗ ହୋଇଥିବାବେଳେ୨୨୦ ଟି ସମାଧାନ ହୋଇଛି। ବୀମା ସମ୍ବନ୍ଧୀୟ ୩୦ ଅଭିଯୋଗରୁ କୌଣସି ଟି ସମାଧାନ ହୋଇନି। ପିଏମ୍ କିଶାନ ଓ ସି ଏମ୍ କିଶାନ ୨୫ ଟି ଅଭିଯୋଗରୁ ୨୫ ଟି ସମାଧାନ ହୋଇଛି। ଭତ୍ତା ସମ୍ବନ୍ଧୀୟ ୪୫ ଟି ଅଭିଯୋଗରୁ ୧୬ ଟି ସମାଧାନ ହୋଇଛି। ଖାଦ୍ୟ ନିରାପତ୍ତା ଯୋଜନାରେ ନାମ ସଂଯୋଗୀ କରଣ ପାଇଁ ଆସିଥିବା ୧୦୪ ଟି ଅଭିଯୋଗରୁ ଗୋଟିଏ ସମାଧାନ ହୋଇଥିବାବେଳେ ପ୍ରାଣୀ ଚିକିତ୍ସା ବିଭାଗରୁ ଗାଈଗୋରୁଙ୍କୁ ୧୨୫ ଟି ଭ୍ୟାକସିନ ପ୍ରଦାନ କରାଯାଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମରେ ବିଡିଓ ରୁମାନ୍ ଜାଫ୍ରି, ତହସିଲ୍ଦାର ନିଷ୍ଠା ମହାପାତ୍ର, ଏବିଡିଓ ରଞ୍ଜନ ସ୍ବାଇଁ, ସମାଜ ମଙ୍ଗଳ ଅଧିକାରୀ ବିରଞ୍ଚି ନାରାୟଣ ଜେନା, ଜିପିଡିଓ ସଂକଳ୍ପ ସୁଚିତ୍ରା ସାହୁ, ବିଏସ୍ଏସ୍ୱ କାଜଲ ପ୍ରଧାନ, ବିପିଏମ୍ ପ୍ରକାଶ ବଳିଆରସିଂହ ଓ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ଜ୍ୟୋତ୍ସ୍ନାମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ

 

admin

About Author

Leave a comment

Your email address will not be published. Required fields are marked *