Sambad Odisha

ରାଜ୍ୟ ଶିକ୍ଷା ସ୍ପେଶାଲ

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ,

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ,

ନିରାକାରପୁର ,୯/୧୦(ସମ୍ବାଦ ଓଡ଼ିଶା)-ଦୀନଦରିଦ୍ରର ବନ୍ଧୁ, ନିସ୍ଵାର୍ଥପର ଜନସେବକ, କୋଟୀହୃଦୟର ମଉଡମଣୀ, ଗାନ୍ଧିବାଦୀ ଜନସେବକ ଉତ୍କଳମଣିଙ୍କ ଜନ୍ମ ଜୟନ୍ତୀ, ଗାନ୍ଧୀଶାନ୍ତି ପ୍ରତିଷ୍ଠାନ, ଗୋପବନ୍ଧୁ ସେବା ସମାଜ, ନିରାକାରପୁର ସାହିତ୍ୟ ସମାଜ, ସହଯୋଗର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି |ଅନୁଷ୍ଠାନର ସଭାପତି ଡ. ପୂର୍ଣଚନ୍ଦ୍ର ଦାଶଙ୍କ ସହିତ ସହଯୋଗର ଆବାହକ ହିମାଂଶୁ ଭୂଷଣ ଚମ୍ପତ୍ତିରାୟ, ସାମ୍ବାଦିକ ମାନସ କୁମାର ପଟନାୟକ, ଉମେଶ ଚନ୍ଦ୍ର ପଟନାୟକ, ଶ୍ୟାମ ସୁନ୍ଦର ପଟନାୟକ, ଗୋପବନ୍ଧୁ ସମାଜ ସେବାର ଆବାହକ ପ୍ରସାଦ ଦାସ, ପ୍ରଫୁଲ୍ଲ କୁମାର ବାରିକ, ଈଶ୍ୱର ଚନ୍ଦ୍ର ନାଥ, ଗୋବିନ୍ଦ ଚନ୍ଦ୍ର ବିଷୋୟୀ, ପଦିଆ କାଣ୍ଡି, ରବୀନ୍ଦ୍ର କାଣ୍ଡି, ସତ୍ୟବାଦୀ ସାହୁ, ବୈନେତେୟ ନାରାୟଣ ଦାଶ, ସୁରେଖା ଦାଶ, ନାଗେଶ୍ୱରୀ ପ୍ରଧାନ, ତେଜସ୍ୱିନୀ ଦାଶ, ଇନ୍ଦିରା ପ୍ରିୟଦର୍ଶିନୀ ଏବଂ ସାଇ ଶ୍ରୀ ଅନୁରାଗ ଉପସ୍ଥିତ ରହି ଉତ୍କଳ ମଣିଙ୍କ ଫଟୋ ଚିତ୍ରରେ ଦୀପ, ଧୂପ, ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |ଗୋପବନ୍ଧୁ କିପରି ଭାବରେ ନିସ୍ଵାର୍ଥ ରେ ଦୀନ ଦରିଦ୍ରଙ୍କ ସେବା କରିଥିଲେ, ଶିକ୍ଷାର ଉନ୍ନତି ନିମନ୍ତେ ବନବିଦ୍ୟାଳୟ ସ୍ଥାପନ କରିଥିଲେ, ସମାଜ ଖବର କାଗଜ ସ୍ଥାପନ କରିଥିଲେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବ୍ରତୀ ହୋଇଥିଲେ ତାହା ଆଲୋଚନା ହୋଇଥିଲା |

admin

About Author

Leave a comment

Your email address will not be published. Required fields are marked *