ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଟାଙ୍ଗୀ ଶାଖା ରେ ଏଟିଏମ୍ ସମ୍ପୂର୍ଣ୍ଣ ଅଚଳ: ଲୋକେ ହନ୍ତସନ୍ତ
ଖୋର୍ଦ୍ଧା,୨୫/୯(ସମ୍ବାଦ ଓଡ଼ିଶା): ଦିନକୁ ଦିନ ବ୍ୟାଙ୍କ୍ ର ବହୁଳ ବ୍ୟବହାର ବଢ଼ିବାରେ ଲାଗିଛି ବିସେଶତଃ ଚାଷୀ ମାନଙ୍କର ବହୁତ୍ ଭରଷା ଥାଏ ସମବାୟ ବ୍ୟାଙ୍କ୍ ଉପରେ। ଲୋକ ଧାଇଁ ଆସନ୍ତି ସମବାୟ ବ୍ୟାଙ୍କ୍ ରେ ଖାତା ଖୋଲି ଅନ୍ୟ ବ୍ୟାଙ୍କ ପରି ସୁବିଧା ପାଇବା ପାଈଁ। କିନ୍ତୁ ଟାଙ୍ଗୀ ଶାଖା ରେ ଦେଖା ଯାଇଛି ଏ ସବୁ ର ବିପରୀତ ଦୃଶ୍ୟ , ବର୍ଷକ ମଧ୍ୟରେ ହାତ ଗଣତି କିଛି ଦିନ ଛାଡ଼ି ଦେଲେ ସବୁ ବେଳେ ଏଟିଏମ ଅଚଳ ରହୁଛି ।।ଲୋକ ପଇସା ଉଠେଇବା ତ ଦୂରର କଥା। ଏଟିଏମ କାର୍ଡ ପାଇଲା ପରେ ପିନ ଜେନେରେଟ ମଧ୍ୟ କରି ପାରୁନାହାନ୍ତି। ତେଣୁ ଏଟିଏମ ଚାଲୁ କରିବା ସହ ପଇସା କେମିତି ଲୋକ ମାନେ ପଇସା ଉଠେଇ ପାରିବେ ଏଥି ପ୍ରତି ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ଟାଙ୍ଗୀ ବ୍ଲକ୍ ର ଅନେକ ସମାଜସେବୀ , ଆଇନଜୀବି ଏବଂ ଚାଷୀ ମାନଙ୍କ ଦ୍ଵାରା ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଅନୁରୋଧ କରାଯାଇଛି।