Sambad Odisha

ମନୋରୋଜନ ରାଜ୍ୟ

ନିରାକାରପୁରରେ   ପ୍ରଥମ ବାର୍ଷିକ କୁମାର ଉତ୍ସବ ୨୦୨୫ ଅନୁଷ୍ଠିତ

ନିରାକାରପୁରରେ   ପ୍ରଥମ ବାର୍ଷିକ କୁମାର ଉତ୍ସବ ୨୦୨୫ ଅନୁଷ୍ଠିତ

ନିରାକାରପୁର,୬/୧୦( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ ବଜାରରେ ନିରାକାରପୁର କ୍ଲବ ଆନୁକୁଲ୍ୟରେ ପ୍ରଥମ ବାର୍ଷିକ କୁମାର ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହିବାବସରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ନାଥ ଶର୍ମା, ସମାଜସେବୀ ଶୁଭମ ଦାଶ ଓ ସରପଂଚ କାଦମ୍ବିନୀ ବେହେରା ପ୍ରମୁଖ ଉପସ୍ଥିତ ରହି ଆମ ସଂସ୍କୃତି ଓ ପରମ୍ପରା ସମସ୍ତଙ୍କୁ ଏକାଠି କରି ରଖି ପାରିଛି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଆରୀୟାନ ଡ୍ୟାନସ ଗ୍ରୁପ କଳାକାରମାନେ ନୃତ୍ୟ ପରିବେଷଣ କରିଥିବାବେଳେ କଟକ ଗୀତ ସାଗର ଅର୍କେଷ୍ଟ୍ରାର ର କୁମାର ବାପି ସମେତ ଅନ୍ୟ କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ ।କ୍ଳବର୍ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ ।

admin

About Author

Leave a comment

Your email address will not be published. Required fields are marked *