ଓଳସିଂହ ଗ୍ରୀନ୍ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ ।
ଖୋର୍ଦ୍ଧା, ୬/୭(ସମ୍ବାଦ ଓଡ଼ିଶା )
;ଗଛ ସହିତ ଆମର ସମ୍ପର୍କ ନିବିଡ ଓ ନିରନ୍ତର ପ୍ରାଣବାୟୁର ନିରବଚ୍ଛିନ୍ନ ଯୋଗାଣକାରୀ ଏହି ଗଛ ତେଣୁ ଏହା ବିନା ଅସମ୍ଭବ ।ଏଭଳି କୌଣସି ବୃକ୍ଷନାହିଁ ଯାହା ଅଦରକାରୀ ।କିନ୍ତୁ ବିଡମ୍ବନା ହେଲା ଆଧୁନିକ ବିକାଶ ପ୍ରକ୍ରିୟାରେ ବୃକ୍ଷ ସମ୍ପଦ ଧ୍ବସ୍ତବିଧସ୍ତ ।ଏହାର ପରିଣାମ ସ୍ୱରୂପ ପୃଥିବୀ ଅଧିକରୁ ଅଧିକ ଉପ୍ତ ହେବାରେ ଲାଗିଛି ।ଜଳବାୟୁ ପରିବର୍ତନ ଜନିତ ବିଭୀଷିକା କାରଣରୁ ମାନବ ସମାଜ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଏଭଳି ଘଡିସନ୍ଧି ମୁହୂର୍ତରୁ ମାନବ ସମନକୁ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ ନୁହେଁ ବୃକ୍ଷ ବଞ୍ଚାଇବା ଏକାନ୍ତ ଅପରିହାର୍ଯ୍ୟ । ତେଣୁ ସମସ୍ତେ ନିଜ ଉଦ୍ୟମରେ ଚାରା ରୋପଣ କରିବାକୁ ଓଳସିଂହ ଗ୍ରିନ୍ ଆନୁକୂଲ୍ୟରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଷ୍ଠ ଗଣ ମତବ୍ୟକ୍ତ କରିଛନ୍ତି |ନୂଆ ଜଗନ୍ନାଥ ସଡକ ଓଳସିଂହ ଠାରୁ ଭାୟା ଓଳସିଂହ ଗ୍ରାମ୍ୟ ରାସ୍ତାରେ ବିଭିନ୍ନ ପ୍ରକାର ଔଷଧିଅ ବୃକ୍ଷରୋପଣ କରାଯାଇଥିଲା ।ଏହି ଅବସରରେ ଓଳସିଂହ ଗ୍ରାମର ନୂତନ କ୍ରୀଡା ଭବନର ଅତିଥିମାନଙ୍କ ଦ୍ଵାରା ଭୂମିପୂଜନ ଅନୁଷ୍ଠିତ ହୋଇଥିଲା | ସମାଜସେବୀ ଦେବରାଜ ବରିସଲ ଙ୍କ ନେତୃତ୍ବରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥ ଭାବେ ଗ୍ରୀନ୍ କ୍ଲବର ସଂଯୋଜକ ଶିଶିର ରାୟ, ଓଳସିଂହ ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଚିତ୍ତରଞ୍ଜନ ଭୋଳ, ପୂର୍ବତନ ସରପଞ୍ଚ ସାନୁଜ ବରାଳ, ପ୍ରେମାନନ୍ଦ ପରିଡା, ଯୁବନେତା ଆଶିଷ କୁମାର ବରିସଲ, ଶିକ୍ଷାବିତ୍ ଅତୁଲ ପଟ୍ଟନାୟକ, ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ପଟ୍ଟନାୟକ, ନାରୀନେତ୍ରୀ ମାନିନୀ ବେହେରା,ତ୍ରିନାଥ ଦେବତା, ସାଗର ପରିଡା ପ୍ରମୁଖ ଗ୍ରାମର ଶତାଧିକ ଯୁବକ ବୃକ୍ଷରୋପଣରେ ସାମିଲି ହୋଇଥିଲେ ।