Sambad Odisha

ରାଜ୍ୟ

ଓଲଟିଲା ଅଟୋ, ୪ ଆହତ, ତିନି ଗୁରୁତର

ଓଲଟିଲା ଅଟୋ, ୪ ଆହତ, ତିନି ଗୁରୁତର

ରାଉରକେଲା,୭/୭(ସମ୍ବାଦ ଓଡ଼ିଶା ): ଏକ ଯାତ୍ରୀବାହି ଅ ଟୋ ଓଲଟି ପଡିବାରୁ ଆଜି ସକାଳେ ୬ ଜଣ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ବଣାଇ ଉପଖଣ୍ଡ ମହୁଲପଦା ଥାନା ଦେଲାସରାଇ ଅଞ୍ଚଳରେ ଘଟିଛି। କାମ କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡ଼ିଥିଲା। ଫଳରେ ଅଟୋ ରେ ୭ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ବୁଦୁନି ମୁଣ୍ଡା , ଦ୍ରୌପଦୀ ମୁଣ୍ଡା , ଶ୍ରୀଧର ମୁଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

admin

About Author

Leave a comment

Your email address will not be published. Required fields are marked *