Sambad Odisha

ରାଜ୍ୟ ସ୍ପେଶାଲ

ଏକାଧିକ ଗ୍ରାମ ପଞ୍ଚାୟତରେ ଚଳିତ ଆର୍ଥିକ ବର୍ଷର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇ ପାରୁନି 

ଏକାଧିକ ଗ୍ରାମ ପଞ୍ଚାୟତରେ ଚଳିତ ଆର୍ଥିକ ବର୍ଷର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇ ପାରୁନି

ଖୋର୍ଦ୍ଧା,୧୬/୧୦(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରେ ଗ୍ରାମ୍ୟ ପଞ୍ଚାୟତ ଉନ୍ନତୀ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ରେ ୧୯୦ ଗ୍ରାମ ପଞ୍ଚାୟତ ଅଛି। ତା ୦୯.୧୦.୨୦୨୫ ରିଖ ଅନ ଲାଇନ ରିପୋର୍ଟ ଅନୁସାରେ ୧୦୦ ଟି ପଞ୍ଚାୟତ ରେ ବର୍ତ୍ତମାନ ସୁଦ୍ଧା କୌଣସି ଉନ୍ନତି ମୂଳକ କାର୍ଯ୍ୟ ଗୋଟିଏ ବି ଆରମ୍ଭ ହୋଇନି ।ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ବର୍ଷ ର ଆଉ ୫ ମାସ ପରେ ସାରିବାକୁ ଯାଉଥିବା ବେଳେ କୌଣସି ଗୋଟିଏ ବି କାମ ଆରମ୍ଭ ହୋଇନି ଏହା ଏକ ଦୁଃଖ ଏବଂ ଆଲୋଚନାର ବିଷୟ ପାଲଟିଛି । ଖୋର୍ଦ୍ଧା ଜିଲ୍ଲା ରେ ପନ୍ଦର ତମ ଅର୍ଥ କମିଶନ୍ ସ୍କିମ୍ ରେ ୪୧.୦୮୫୪ କୋଟି , ରାଜ୍ୟ ପଞ୍ଚ ଦଶ ଅର୍ଥ କମିଶନ ସ୍କିମ୍ ରେ ୧୬.୨୯୯୬ କୋଟି , ମନରେଗା ରେ ସ୍କିମ୍ ୨୨.୩୩୯୧ କୋଟି , ନିଜସ୍ଵ ପାଣ୍ଠି ସ୍କିମ୍ ରେ ୨.୦୩୩୧ କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମଞ୍ଜୁର ହୋଇଅଛି। ବାଲିଅନ୍ତା ବ୍ଲକ୍ ରେ ମୋଟ ୧୬ ପଞ୍ଚାୟତ ରୁ ୩ ଟି , ବାଲିପାଟଣା ବ୍ଲକ୍ ରେ ମୋଟ ୧୭ ଟି ପଞ୍ଚାୟତ ରୁ ୯ ଟି , ବାଣପୁର ବ୍ଲକ୍ ରେ ମୋଟ ୧୭ ଟି ପଞ୍ଚାୟତ ରୁ ୧୪ ଟି , ବେଗୁନିଆ ବ୍ଲକ୍ ରେ ମୋଟ ୨୧ ଟି ପଞ୍ଚାୟତ ମଧ୍ୟରୁ ୧୨ ଟି , ଭୁବନେଶ୍ବର ବ୍ଲକ୍ ର ୨୦ ଟି ପଞ୍ଚାୟତ ମଧ୍ୟରୁ ୧୮ ଟି , ବୋଲଗଡ଼ ବ୍ଲକ୍ ର ୧୯ ଟି ପଞ୍ଚାୟତ ମଧ୍ୟରୁ ୧୩ ଟି , ଚିଲିକା ବ୍ଲକ୍ ର ୧୭ ଟି ପଞ୍ଚାୟତ ମଧ୍ୟରୁ ୧୫ ଟି , ଜଟଣୀ ବ୍ଲକ୍ ୧୫ ଟି ପଞ୍ଚାୟତ ମଧ୍ୟରୁ ୮ଟି , ଖୋର୍ଦ୍ଧା ବ୍ଲକ ର ୨୨ ଟି ପଞ୍ଚାୟତ ମଧ୍ଯ ରୁ ୧ଟି , ଟାଙ୍ଗୀ ବ୍ଲକ ର ୨୬ ଟି ପଞ୍ଚାୟତ ମଧ୍ୟରୁ ୭ଟି ପଞ୍ଚାୟତ ରେ ବର୍ତ୍ତମାନ ଯାଏଁ ଗୋଟିଏ ଗ୍ରାମ୍ୟ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ ଯାହାକି ଏକ ବିକଶିତ ଓଡ଼ିଶା ଆହ୍ବାନ ପାଇଁ ଏକ ବଡ଼ ପ୍ରଶ୍ନ ବାଚୀ । ଟାଙ୍ଗୀ ବ୍ଲକ ର ବଡପୋଖରିଆ , ବାଲିପାଟପୁର, ଡିଆ, ନୂଆଗଡ, ରତନପୁର, ସାନରାଉତପଡ଼ା, ଉଜ୍ଜଳା ଗୋପିନାଥପୁର ଗ୍ରାମ ପଞ୍ଚାୟତ ରେ ବର୍ତ୍ତମାନ ତା ୦୯.୧୦.୨୦୨୫ ଈ ଗ୍ରାମ୍ ସ୍ବରାଜ ରିପୋର୍ଟ ଅନୁସାରେ ସୁଦ୍ଧା କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇନି ବା ଅର୍ଥ ରାଶି ଖର୍ଚ୍ଚ ହୋଇ ପାରିନି ବୋଲି ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲା ରେ ଜିଲ୍ଲା ପରିଷଦ ଖୋର୍ଦ୍ଧା ରେ ୩୩୭,୪୮,୪୦,୩୩୭.୪୫ ଟଙ୍କା ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମଞ୍ଜୁର ହୋଇଥିଲା। ସେଥିରୁ ୭୩,୯୦,୭୪,୧୮୨.୯୬ ଟଙ୍କା ଖର୍ଚ୍ଚ ବର୍ତ୍ତମାନ ସୁଦ୍ଧା ହୋଇଛି। ଟାଙ୍ଗୀ ବ୍ଲକ ରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ମଞ୍ଜୁର ହୋଇଥିଲା ୬୨,୩୫,୭୦,୮୦୯.୫୮ ଟଙ୍କା ସେଥିରୁ ୩୨,୮୨,୮୭୦ ଟଙ୍କା ଖର୍ଚ୍ଚ ହୋଇଛି।କେମିତି ହେବ ବିକଶିତ ଓଡ଼ିଶା । ରାଜ୍ୟ ସରକାର ବିକଶିତ ଓଡ଼ିଶା ସ୍ଲୋଗାନ କେବଳ କଥାରେ ରହିଯିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଲୋକେ ଇଲେକ୍ସନ ରେ ଭୋଟ ଦେଇ ଲୋକ ପ୍ରତିନିଧି ରୂପେ ସରପଞ୍ଚ ଏବଂ ପ୍ରତ୍ୟେକ ୱାର୍ଡ ପାଇଁ ଜଣେ ଲେଖାଏଁ ୱାର୍ଡ ସଭ୍ୟ ବଛା ହୋଇଥାନ୍ତି ।କେଉଁ ଗ୍ରାମ ରେ କେଉଁ କାର୍ଯ୍ୟ କଲେ ଭଲ ହେବ ସେଥି ପାଇଁ ଆକ୍ସନ ପ୍ଲାନ୍ ଗଠନ କରି ଗ୍ରାମ ସଭା ରେ ପାସ କରି ବ୍ଲକ୍ ଉନ୍ନୟନ ଅଧିକାରୀ ଙ୍କୁ ପଠା ଯାଇଥାଏ। ସେ ପ୍ରୋଜେକ୍ଟ ଗୁଡ଼ିକ ଆପ୍ରୁଭ ହେଲେ ବା ଅର୍ଥ ରାଶି ମଞ୍ଜୁର ହେଲେ କାର୍ଯ୍ୟ ଆରମ୍ଭ କରାଯାଏ। ଯଦି ପଞ୍ଚାୟତ ରେ ଉନ୍ନତୀ ମୂଳକ କାର୍ଯ୍ୟ ହୋଇପାରିନି ଅର୍ଥ ମଞ୍ଜୁର ହେଲେ ପରେ ମଧ୍ୟ କେମିତି ଖୋର୍ଦ୍ଧା ଜିଲ୍ଲା ଉନ୍ନତି କରିବ ଯାହାକି ଏକ ବଡ଼ ପ୍ରଶ୍ନ ବାଚୀ ପାଲଟିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇ ପାରିନାହିଁ । ଏଥି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ନଜର ରଖି ମଞ୍ଜୁର ହୋଇଥିବା ଅର୍ଥ ରାଶି ଖର୍ଚ୍ଚ କରି ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ କରିବା ସାଧାରଣରେ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି।

 

admin

About Author

Leave a comment

Your email address will not be published. Required fields are marked *