Sambad Odisha

କୃଷି ରାଜ୍ୟ ସ୍ପେଶାଲ

ଇଡକୋକୁ ଜମି ହସ୍ତାନ୍ତରକୁ ବିରୋଧ ଗୟାବନ୍ଧ ମୌଜା ଗୋଚର ଜମି ହସ୍ତାନ୍ତରକୁ ନେଇ ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

ଇଡକୋକୁ ଜମି ହସ୍ତାନ୍ତରକୁ ବିରୋଧ

ଗୟାବନ୍ଧ ମୌଜା ଗୋଚର ଜମି ହସ୍ତାନ୍ତରକୁ ନେଇ ପ୍ରଶାସନକୁ ଅଭିଯୋଗ କଲେ ଗ୍ରାମବାସୀ

ଖୋର୍ଦ୍ଧା ୧୬/୧୦(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଅଧୀନ ଛଣଗିରି ରାଜସ୍ବ କାର୍ଯ୍ୟାଳୟ ଅନ୍ତର୍ଗତ ଗୟାବନ୍ଧ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଆଜି ଟାଙ୍ଗୀ ତହସିଲଦାରଙ୍କୁ ଭେଟି ସେମାନଙ୍କ ଗୟାବନ୍ଧ ମୌଜାର ମୋଟ ୧୩୦ ଏକର ଗୋଚର ଓ ପୁରାତନ ପତିତ ଜମିକୁ ଇଡକୋ କୁ ହସ୍ତାନ୍ତର ନ କରିବାକୁ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ କି ଗତ ତା ୦୪ ୧୦ ୨୦୨୫ ରିଖ ଏବଂ ତା ୧୦ ୧୦, ୨୦୨୫ ରିଖରେ ଟାଙ୍ଗୀ ତହସିଲଦାର ତରଫରୁ ଚାରୋଟି ନୋଟିସ୍ ମାଧ୍ୟମରେ ଗୟାବନ୍ଧ ମୌଜାର ଖାତା ନଂ ୩୩୮ ର ପ୍ଲଟ ନଂ ୫୩୨, ୫୪୨, ୫୭୨,୫୭୪,୧୪୪,୫୦, ୬୮,୬୧,୧୭୬,୫୮୫,୫୮୩,୬୦୫ ଓ ଖାତା ନଂ ୩୪୦ ର ପ୍ଲଟ ନଂ ୫୮୧,୫୮୪,୫୯୩,୬୦୨,୫୯୮,୫୭୯ ସମୁଦାୟ ୧୩୦ ଏକରରୁ ଅଧିକ ଗୋଚର ଓ ପୁରାତନ ପତିତ ଜମି ରହିଅଛି। ସେହିପରି ନୟାକୋଟ ମୌଜାରେ ଥିବା ୨୮୪, ୦୩, ୦୧,୭୯୨, ୫୮୭. ୯୧୩.୯୧୦, ୪୨୪,୪୪୦, ୪୩୫,ରେ ଥିବା ମୋଟ ଏରିଆ ୨୦୧ ଏକର ୬୯୫ ଡେସିମିଲରୁ ଉର୍ଦ୍ଧ୍ଵ ଜାଗାରେ ଥୁବା କିସମ ଗୋଚରକୁ ପରିବର୍ତନ କରି ଇଡକୋକୁ ହସ୍ତାନ୍ତର କରିବାକୁ ଚାରି ଗୋଟି ନୋଟିସ୍ ମାଧ୍ୟମରେ ପଞ୍ଚାୟତକୁ ଜଣାଇ ଦିଆଯାଇଛି। ତେଣୁ ଗ୍ରାମବାସୀମାନେ ଏହି ବିଷୟରେ ଆଲୋଚନା ପାଇଁ ଗ୍ରାମରେ ଏକ ଗ୍ରାମସଭା ଗତ ୧୩ ତାରିଖରେ ଡ଼କାଇଥିଲେ।ଏହାପରେ ଗ୍ରାମରେ ଏକ କମିଟି ତହସିଲ ପକ୍ଷରୁ ନୋଟିସ୍ ହୋଇଥିବା ସମସ୍ତ ପ୍ଳଟ ଗୁଡିକୁ ଯାଇ ତଦାରଖ କରିଲା ପରେ ଜାଣିଲା ଯେ ମୌଜା ନୟାକୋଟ ମୌଜା ଜମି ହସ୍ତାନ୍ତରରେ ସେମିତି କିଛି କ୍ଷତି ହେଉ ନଥିବାବେଳେ ମୌଜା ଗୟାବନ୍ଧରେ ଥୁବା ପ୍ଳଟ ଗୁଡିଜରେ ଗ୍ରାମବାସୀମାନେ ଗ୍ରାମର ସୃଷ୍ଟି କାଜୁ ଜୀବନ ଜୀବିକା ନିର୍ବାହ ସହିତ ଘର ଦ୍ବାର ଏବଂ ମନ୍ଦିର ବାଡି , ଖେଳପଡିଆ ଆଦି କରି ରହି ଆସୁଛନ୍ତି । ଗ୍ରାମରେ ଥିବା ୪୦୦ ପରିବାରରୁ ଉର୍ଦ୍ଧ ଲୋକ ମାନଙ୍କ ସମସ୍ତ ଗାଈଗୋରୁ ଏବଂ ଗୃହପାଳିତ ପଶୁ ଏହି ଜାଗାରେ ଚରାବୁଲା କରି ଆସୁଛନ୍ତି । ପ୍ଲଟ ନଂ ୬୦୨ରେ ଗ୍ରାମର ଖେଳ ପଡିଆ ରହିଛି। ଯେଉଁ ପଡିଆରେ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ କ୍ରିକେଟ ଏବଂ ରାଜ୍ୟ ସ୍ତରୀୟ ଫୁଟବଲ ଖେଳ ପ୍ରତିବର୍ଷ ଅନୁଷ୍ଠିତ ହେଉଛି । ଅନ୍ୟ ଦିନ ମାନଙ୍କରେ ସକାଳେ ଗ୍ରାମର ସମସ୍ତ ବ୍ୟକ୍ତି ମାନେ ସୁସ୍ର ରହିବା ପାଇଁ ଚଲାବୁଲା , ଯୋଗ ଅଭ୍ୟାସ କରିବା ସହ ଉପର ବେଳା ସମୟରେ ଗ୍ରାମର ପିଲା ମାନେ ବିଭିନ୍ନ ଖେଳ କୁଦ କରିଥାନ୍ତି । ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟର ସମସ୍ତ ଖେଳ କୁଦ ଏହି ପଡ଼ିଆରେ ହୋଇଥାଏ ତତ୍ ସହିତ ସରକାରଙ୍କ ତରଫରୁ ୬୦୨ ପୁଟରୁ ଇ.ଆର୍ ଆର୍. ପି ଯୋଜନାରେ ଗ୍ରାମ ଗରିବ ଲୋକ ମାନଙ୍କୁ ସେମାନଙ୍କ ଜୀବନ ଜୀବିକା ନିର୍ବାହ ପାଇଁ ଜାଜୁ ବୃକ୍ଷ ରୋପଣ କରାଯାଇ ସେହି ପୁଟକୁ ବଣ୍ଟନ କରାଯାଇଅଛି । ପ୍ଳଟ ନଂ ୫୮୧ରେ ଗ୍ରାମର ସର୍ବ ପୁରାତନ ହନୁମାନ ମନ୍ଦିର ଅବସ୍ଥିତ । ବର୍ଷର ବିଭିନ୍ନ ପର୍ବପର୍ବାଣୀରେ ଗ୍ରାମବାସୀ ମାନେ ଏହି ମନ୍ଦିର ଠାରେ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି । ପ୍ଳଟ ନଂ ୫୮୪, ୫୩୨, ୫୭୪ରେ ଗ୍ରାମର ୭୦ରୁ ଊର୍ଦ୍ଧ୍ଵ ଗରିବ ପରିବାର ଗୁଡିକ ପୁରଷ ପୁରୁଷ ଧରି ଘର କରି ରହି ଆସୁଅଛନ୍ତି । ବହୁ ସଂଖ୍ୟାରେ ଏହି ଜାଗାରେ ବଣ୍ୟଜନ୍ତୁ ଯଥା – ମୟୂର, ହରିଣ, ଦାରହା, ବଣ କୁକୁଡା, ହାତୀ ଆଦି ଦୀର୍ଘ ଦିନ ଧରି ରହି ଆସୁ ଅଛନ୍ତି । ଯଦି ସରକାର ଏମିତି ପଦକ୍ଷେପ ନିଅନ୍ତି ଗ୍ରାମର ସମସ୍ତ ପରିବାର ଏବଂ ଗୃହ ପାଳିତ ପଶୁ ଏବଂ ବଣ୍ୟ ଜନ୍ତୁ ମାନେ ବହୁ ମାତ୍ରାରେ ପ୍ରଭାବିତ ହେବେ । ପ୍ରଶାସନ ଯଦି ସେମାନଙ୍କ ଅଭିଯୋଗକୁ ଅଣଦେଖା କରେ ତାହା ହେଲେ ସେମାନେ ପ୍ରଶାସନ ବିରୁଦ୍ଧରେ ରାଜରାଗାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଶତାଧିକ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ନୋଟିସରେ ଦର୍ଶାଯାଇଥିବା ଗୟାବନ୍ଧ ମୌଜାର ସମସ୍ତ ପ୍ଲଟ ଗୁଡିକୁ ନୋଟିସରୁ ବାଦ୍ ଦେଇ ଜାଗା ଗୁଡିକୁ ପୂର୍ବବସ୍ଥା ରଖିବା ପାଇଁ ଅନୁରୋଧ କରିଥିଲେ। ଏ ବିଷୟରେ ତହସିଲଦାର ନିଷ୍ଠା ମହାପାତ୍ର ଙ୍କୁ ପଚାରିବାରୁ ସେ କହିଲେ ଗ୍ରାମବାସୀଙ୍କ ଅଭିଯୋଗକୁ ଗ୍ରହଣ କରି ସେ ଶୁକ୍ରବାର ଉକ୍ତ ମୌଜା କୁ ଯାଇ ସରଜମିନ ତଦନ୍ତ କରି ଯାହା ପଦକ୍ଷେପ ନେବେ।

admin

About Author

Leave a comment

Your email address will not be published. Required fields are marked *