Sambad Odisha

ରାଜନୀତି ରାଜ୍ୟ

ଆନ୍ଦୋଳନ ବେଳେ ପୋଲିସ ଉଠାଇ ନେଲା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ 

ଆନ୍ଦୋଳନ ବେଳେ ପୋଲିସ ଉଠାଇ ନେଲା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କୁ 

ଭୁବନେଶ୍ୱର,୧୬/୭(ସମ୍ବାଦ ଓଡ଼ିଶା ):  ଏଫଏମ ସ୍ଵ ୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କରିଥିବା ବେଳେ ସେହି କ୍ରମରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ଖୋର୍ଦ୍ଧାର ଶତାଧିକ ଛାମୁଆ କର୍ମୀ ଏଥିରେ ସାମିଲ ହୋଇଛନ୍ତି । ଧାରଣା ସ୍ଥଳରେ ପୋଲିସ ଆକ୍ରମଣ ର ଶିକାର ହୋଇଛନ୍ତି ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ବହୁ କର୍ମୀ । ଶେଷରେ ପୋଲିସ ଉଠାଇ ନେଇଛି ବିଧାୟକ ଓ କର୍ମୀଙ୍କୁ ।

admin

About Author

Leave a comment

Your email address will not be published. Required fields are marked *