Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ଅଜଣା ଗାଡି ଧକ୍କା ରେ ଜଣେ ମୃତ ଜଣେ ଗୁରୁତର 

କେନ୍ଦୁଝର.୦୮/୦୭.(ସମ୍ବାଦ ଓଡ଼ିଶା )- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାଟ ରୁ ସାଙ୍ଗ ହୋଇ ବାଇକ ରେ ଘର କୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ମୃତକ ରମେଶ ବାରିକ (୨୫), ଗୁରୁତର ଲିପୁ ବାରିକ (୨୬) ଉଭୟ ଙ୍କ ଘର କାଞ୍ଜିପାଣି ଥାନା ନାଟଗୋଠ ଗ୍ରାମ ରେ ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ରମେଶ ଓ ଲିପୁ ଅପରାହ୍ନ ରେ କାଞ୍ଜିପାଣି ସାପ୍ତାହିକ ହାଟ ରୁ ଘର କୁ ଫେରୁଥିବା ବେଳେ କୁଆଁର ମଙ୍ଗଳା ମନ୍ଦିର ଛକ ନିକଟରେ ବାଇକ କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତା କଡ ରେ ଛିଟିକି ପଡିଥିଲେ। ବାଇକ ଚାଳକ ରମେଶ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଲିପୁ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଲିପୁ କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ରେ ଭର୍ତ୍ତି କରିଥିଲେ।ଖବର ପାଇ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଓ ଦୁର୍ଘଟଣା ଗ୍ରସ୍ତ ବାଇକ କୁ ଜବତ କରି ତଦନ୍ତ ଚଳାଇଛି।

admin

About Author

Leave a comment

Your email address will not be published. Required fields are marked *